ଛତ୍ରପୁର ଜେଲରେ ପ୍ରେମ ପାଗଳ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ : ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜେଲରେ ଜଣେ କଏଦୀ ବୁଧବାର ସକାଳେ ଆତ୍ମ ହତ୍ୟା ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିଲେ । କୌଣସି ଏକ ଧାରୁଆ ଅସ୍ତ୍ରରେ ନିଜ ତଣ୍ଟିରେ ନିଜେ ଆଘାତ କରି ଆହତ ହୋଇଥିଲେ, ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତା’ ପ୍ରେମିକା ସହ ଝଗଡା ମାର୍‌ପିଟ୍‌ କରି ସେ କାରାବରଣ କରିଥିବା ଛତ୍ରପୁର ଜେଲ୍ ଅଧିକ୍ଷକ ଅବନ୍ତୀ ସିଂ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, କଏଦୀ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅଞ୍ଚଳର ହରିଜନ ବାହାଡ଼ାପଲ୍ଲୀ ଗ୍ରାମର ମଙ୍ଗୁଳୁ ନାହାକଙ୍କ ପୁତ୍ର ଆଶୁତୋଷ ନାହାକ (୨୭) ବୋଲି ଜଣାଯାଇଛି । ସେ ରାୟଗଡ଼ା ଜିଲ୍ଲାର ପ୍ରୀତି ନିଆଲ ନାମକ ଜଣେ ଯୁବତୀଙ୍କ ସହ ଇନଷ୍ଟାଗ୍ରାମ୍‌ରେ ପ୍ରେମ ହୋଇ ଭଲପାଇ ରମ୍ଭା ଅଞ୍ଚଳର ଏକ ପ୍ରସିଦ୍ଧ ଶିବ ମନ୍ଦିରରେ ବିବାହ କରିଥିଲେ । ଭଲପାଇ ବିବାହ କରିଥିବାର କିଛି ଦିନ ପରେ ୨ ଜଣଙ୍କ ମଧ୍ୟରେ ମନ ମତାନ୍ତର ଓ ତିକ୍ତତା ସୃଷ୍ଟି ହୋଇଥିବା କାରଣରୁ ଆଶୁତୋଷ ମଦ ପିଇ ଉକ୍ତ ଯୁବତୀ ଉପରେ ବାରମ୍ବାର ମାଡ଼ ମାରି ଅତ୍ୟାଚାର ଓ ଧର୍ଷଣ ଅଭିଯୋଗରେ ସେ ଜେଲ ଯାଇଥିଲେ । ଏହି କେସୟରେ ସେ ପ୍ରଥମେ କୋଦଳ ଜେଲରେ ଥିଲେ ଓ ପରେ ସ୍ଥାନ ପରିବର୍ତ୍ତନ ହୋଇ ଛତ୍ରପୁର ଜେଲକୁ ଆସିଥିଲେ । ଛତ୍ରପୁର ଜେଲକୁ ଆସି ପ୍ରାୟ ୩ ମାସ ରହଣି ଭିତରେ ଗତ କାଲି ଆତ୍ମହତ୍ୟା ପାଇଁ ଉଦ୍ୟମ କରିବାକୁ ପ୍ରୟାସ କରିଥିଲେ । ପରେ ବୁଧବାର ପୂର୍ବାହ୍ନରେ ଜେଲ ପରିସରରେ ଆତ୍ମହତ୍ୟା ଉଦ୍ୟମ କରି ନିଜ ବେକରେ ଆଘାତ ହେଇ ଗୁରୁତର ହୋଇଥିଲେ । ପ୍ରେମ ପ୍ରତିବନ୍ଧକତା ହେବା ସାଂଗକୁ ପ୍ରେମିକାର କେସ୍‌ ଦେଇଥିବା ନେଇ କଏଦୀ ଜଣକର ମାନସିକ ଉତ୍ତେଜନା ହୋଇଥିବା ଜଣାପଡିଛି । ପ୍ରେମବାୟାରେ ନିଜେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଏବଂ ତା’ ପ୍ରେମିକା ସହ ମିଳିମିଶି ରହିବାକୁ ଚାହୁଁଛି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତିି । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ଆଶୁ ସମାଧାନ ପାଇଁ ଆବଶ୍ୟକତା ରହିଛି । ଏ ଦିଗରେ ବିଚାରଳୟରେ ବିହିତ ସମାଧାନ କରିବା ନିହାତି ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.