ରକ୍ତାକ୍ତ ପ୍ରେମ : ପ୍ରେମିକ କଥାବାର୍ତ୍ତା କରୁନଥିଲେ, ପ୍ରେମିକା ପ୍ରେମିକଙ୍କ ପଛରେ ଲଗାଇଦେଲେ ସୁପାରି କିଲର୍‌

ପାଟନା : ବିବାହରର ରାଜଧାନୀ ପାଟନାରେ ଜଣେ ପ୍ରେମିକାଙ୍କ ରକ୍ତାକ୍ତ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ପ୍ରେମିକାଟିର ନାମ ପ୍ରିୟଙ୍କା । ତାଙ୍କ ପ୍ରେମିକ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ, ଯାହା ପରେ ପ୍ରେମରେ ପାଗଳ ପ୍ରେମିକା ପ୍ରେମିକଙ୍କୁ ମାରିବା ପାଇଁ ସୁପାରି କିଲର୍‌ ଲଗାଇ ଦେଇଥିଲେ ଓ ପ୍ରେମିକଙ୍କୁ ହତ୍ୟା କରାଇଥିଲେ । ଶାହାପୁର ପୋଲିସ ଷ୍ଟେସନ ଅଞ୍ଚଳରେ ପୱନ ରାମ ନାମକ ଜଣେ ଯୁବକଙ୍କ ଏଭଳି ହତ୍ୟା ହୋଇଥିବା କୁହାଯାଇଛି । ଭୁସୋଲା ଦାନାପୁର ନିବାସୀ ଟ୍ରାକ୍ଟର ଡ୍ରାଇଭର ପୱନ ରାମଙ୍କ ହତ୍ୟା ମାମଲାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନୁସନ୍ଧାନ ପରେ ମାମଲା ସାମ୍ନାକୁ ଆସିଥିଲା ।

ଏଭଳି ପ୍ରେମ ଏବଂ ହତ୍ୟାର କାହାଣୀ ଜାଣିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପ୍ରିୟଙ୍କା ନାମକ ଜଣେ ଝିଅକୁ ପୱନ ରାମ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଇଥିଲା । ​​କାରଣ ପ୍ରେମିକ ପୱନ କିଛି ଦିନ ପ୍ରେମିକା ପ୍ରିୟଙ୍କା ଉପରେ ରାଗିଥିଲେ ଏବଂ ତାଙ୍କ ସହ କଥାବାର୍ତ୍ତା ମଧ୍ୟ କରୁନଥିଲେ । ଗତ ମଙ୍ଗଳବାର ଦିନ ଭୁସୋଲା ଦାନପୁରର ବାସିନ୍ଦା ଟ୍ରାକ୍ଟର ଡ୍ରାଇଭର ପୱନ ରାମଙ୍କ ହତ୍ୟା କରାଯାଇଛି ।

Leave A Reply

Your email address will not be published.