ପ୍ରିଜାଇଡ଼ିଂ ଅଫିସରଙ୍କୁ ତାଲା ଠୁଙ୍ଗିଲେ ଗ୍ରାମବାସୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତ ଦେବଗଡ଼ ବୁଥ୍‌ରେ ଗତକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଚାଲିଥିବା ସମୟରେ ଗ୍ରାମବାସୀ ପ୍ରିଜାଇଡ଼ିଂ ଅଫସରଙ୍କୁ ତାଲା ଠୁଙ୍ଗିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଦେବଗଡ଼୍‌ ବୁଥ୍‌ରେ ଗତକାଲି ଭୋଟ୍‌ ଗ୍ରହଣ ସମୟରେ ଜଣେ ବୃଦ୍ଧା ତାଙ୍କ ପୁଅଙ୍କ ସହ ଭୋଟ ଦେବାକୁ ଯାଇଥିବା ବେଳେ ତାଙ୍କ ଭୋଟ୍‌ ତାଙ୍କ ପୁଅ ଦେବେ ବୋଲି କହିବା ସତ୍ତେ୍ୱ ପ୍ରିଜାଇଡ଼ିଂ ଅଫିସର ନିଜେ ଭୋଟ ଦେଇ ଦେଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ପୋଲିଂ କର୍ମଚାରୀଙ୍କୁ ବୁଥ୍‌ ଭିତରେ ବନ୍ଦକରି ଠୁଙ୍ଗିଥିବା ଜଣାପଡ଼ିଛି । ପୋଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.