ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ୱାର୍ଡରେ ମେୟର ପ୍ରାର୍ଥୀ ମଞ୍ଜୁ ରଥଙ୍କ ନିର୍ବାଚନ ପ୍ରଚାର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ କଂଗ୍ରେସର ମେୟର ପ୍ରାର୍ଥୀ ମଞ୍ଜୁ ରଥ ଓ କର୍ପୋରେଟର ପ୍ରାର୍ଥୀଙ୍କ ୧୭ ନଂ ୱାର୍ଡର ରମ୍ପା ସାହି, ବାଙ୍କ ବିହାର ନଗର, ଲୋଚାପଡ଼ା ବ୍ୟାଙ୍କ କଲୋନୀ, ଭବାନୀ ନଗର, ୱାର୍ଡ ନଂ ୪୨ର ଆମ୍ବପୁଆ, ଶ୍ରୀହର୍ଷ ବିହାର, ଡିଫେନ୍ସ କଲୋନୀ, ବିମାନଗର, ୱାର୍ଡ ନଂ ୩୯ର ଲାଞ୍ଜିପଲ୍ଲୀ, ଶିଳ୍ପାଞ୍ଚଳ, ଜଳେଶ୍ୱରଖଣ୍ଡି ପ୍ରଭୃତି ରୋଡଶୋ କରି ପ୍ରଚାର ଜୋରଦାର କରାଯାଇଥିଲା । ମହାନଗର ନିଗମକୁ ଦୁର୍ନୀତିମୁକ୍ତ କରିବା ଏବଂ ବ୍ରହ୍ମପୁରବାସୀଙ୍କ ମୌଳିକ ସମସ୍ୟା ମୁଖ୍ୟତଃ ରାସ୍ତା, ନାଳନର୍ଦ୍ଦମା, ପାନୀୟ ଜଳ ସମସ୍ୟା, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ଗରିବଙ୍କ ପାଇଁ ବ୍ୟବସ୍ଥିତ ଯୋଜନାର କାର୍ଯ୍ୟକାରୀ କରିବା ଦିଗରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ଜନସାଧାରଣଙ୍କ ଅସନ୍ତୋଷ ଚଳିତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି କୁହାଯାଇଥିଲା । ଏହି ଅବସରରେ ମେୟର ପ୍ରାର୍ଥୀ ଶ୍ରୀମତୀ ରଥ, ୧୭ ନଂ ୱାର୍ଡର ପ୍ରାର୍ଥୀ କେ. ରବି, ୩୯ନଂ ୱାର୍ଡର ଶର୍ମିଳା ଚର୍ଚ୍ଚି, ୪୨ ନଂ ୱାର୍ଡର ତତ୍‌ସତ ସବୁଦ୍ଧି, କଂଗ୍ରେସର ମୁଖପାତ୍ର ରବି ରଥଙ୍କ ସମେତ ଶହ ଶହ ଦଳୀୟ କର୍ମୀ ଓ ମହିଳା ସାମିଲ ହୋଇଥିଲେ ।

Leave A Reply

Your email address will not be published.