centurian jitm

୧୭ ଜିଲ୍ଲାରେ ଆଜି କାଳବୈଶାଖୀର ପ୍ରଭାବ

ଭୁବନେଶ୍ୱର : ୧୭ ଜିଲ୍ଲାରେ ଆଜି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ୧୭ ଜିଲ୍ଲାରେ ହେବ କାଳବୈଶାଖୀ । ଏଥିସହ ବିଜୁଳି ଘଡ଼ଘଡ଼ି, ସହ ଝଟକା ପବନ ହେବାର ସମ୍ଭାବନା ରହିଛି । ଏଥିପାଇଁ ୧୭ ଜିଲ୍ଲାକୁ ସତର୍କ ରହିବାକୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୧୭ ଜିଲ୍ଲାରେ ଆଜି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୧୭ ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ ଗଜପତି । ଏହି ସମସ୍ତ ଜିଲ୍ଲାରେ ଆଜି ମଧ୍ୟାହ୍ନ ଏବଂ ସଂଧ୍ୟା ସମୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି , ଝଟକା ପବନ ବହିବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରଛି । ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ସକ୍ରିୟ ରହିଛି । ବର୍ତ୍ତମାନ ଏହା ପଶ୍ଚିମ କେନ୍ଦ୍ରୀୟ ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କ୍ଷୁଦ୍ର ଏବଂ ମଧ୍ୟ ମେଘଖଣ୍ଡ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.