ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳାମାନଙ୍କର ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆଇଏସଆରଡ଼ି – ୱାନ ସ୍ଟପ ସେଣ୍ଟର (ସଖୀ) ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ କୁକୁଡାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମହିଳାମାନଙ୍କର ମୌଳିକ ଅଧିକାର ବିଷୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସଭାରେ ଅତିଥିମାନଙ୍କୁ ପୁଷ୍ପଗୁଛ ଦେଇ ମଞ୍ଚ ଉପରକୁ ସ୍ଵାଗତ କରିଥିଲେ । ଡିସେମ୍ବର ୧୦ ମାନବାଧିକାର ଦିବସ ଅବସରରେ ଛାତ୍ରୀମାନଙ୍କୁ ନିଜକୁ ହିଂସା ମୁକ୍ତି କରିପାରିବେ ବୋଲି କୁହାଯାଇଛି, ବାଲ୍ୟ ବିବାହକୁ ନ କହି ପିତାମାତାଙ୍କ ଆତ୍ମବିଶ୍ଵାସ ଦୃଢ଼ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ । କୁକୁଡାଖଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ କୁସୁମ ସାହୁ କାର୍ଯ୍ୟକ୍ରମକୁ ତ୍ଵରାନ୍ନିତ କରିଥିଲେ । ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇ ସାରା ରାଜ୍ୟରେ ସଂପ୍ରସାରଣ ହୋଇଥାଏ । ଗଞ୍ଜାମ ଜିଲ୍ଲା ହେଉଛି ‘Mother of government scheme’ ତେଣୁ ଆମେ ଗଞ୍ଜାମରେ ରହିଥିବାରୁ ନିଜକୁ ଗର୍ବିତ ମନେ କରୁ ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ପାତ୍ର ମତ ପ୍ରକାଶ କରିଥିଲେ । ପାଶ୍ଚାତ୍ୟ ଦେଶର ନାଗରିକମାନେ ଭାରତକୁ ଜ୍ଞାନ ଓ ସଂସ୍କୃତି, ବେଦ ପାଠକୁ ଶିକ୍ଷା ଲାଭ କରିବା ପାଇଁ ଆସିଥାନ୍ତି । ଭାରତର ସଂସ୍କୃତି ବହୁତ ଉଚ୍ଚକୋଟୀର, ତେଣୁ ଭାରତ ସଂସ୍କୃତିକୁ ଅନୁସରଣ କରିବା ପାଇଁ ସିଆରସିସି ହରେ କୃଷ୍ଣ ଗୌଡ ଛାତ୍ରୀମାନଙ୍କୁ ନେଇ ଅନେକ ଉପଦେଶମାନ ଶିକ୍ଷା ଦେଇଥିଲେ । ଆନ୍ତର୍ଜାତୀୟ ସ୍ତରରେ ନାରୀ ନିର୍ଯ୍ୟାତନାର ଶେଷ କରିବା ପାଇଁ ଉପାଧ୍ୟକ୍ଷ ଶ୍ରୀମତୀ ବିଷ୍ଣୁପ୍ରିୟା ପାତ୍ର ମତବ୍ୟକ୍ତ କରିଥିଲେ । ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସଂଗୀତା ପାତ୍ର ଓ ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ସାଧନ ଚରଣ ଦାଶ, କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର ସୁଶ୍ରୀ ଶୁଭସ୍ମିତା ଦାସ ମହିଳାମାନଙ୍କ ମୌଳିକ ଅଧିକାରର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ । ୱାନ ସ୍ଟପ ସେଣ୍ଟର (ସଖୀ) ପରିଚାଳିକା ମହେଶ୍ଵତା ପାଢୀ ଛାତ୍ରୀମାନଙ୍କୁ ନିଜର ମୌଳିକ ଅଧିକାରର ସ୍ଵର ଉତ୍ତୋଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଭିର୍ନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ନାଚ ଗୀତର ଆସର ଛାତ୍ରୀମାନଙ୍କ ଦ୍ଵାରା ଆୟୋଜିତ ହୋଇଥିଲା । ସଭାର ସମସ୍ତ ଅତିଥି ବୃନ୍ଦ ଓ ଛାତ୍ରୀମାନେ ସଭା ଶେଷରେ ନାରୀଙ୍କ ହିଂସା ମୁକ୍ତ ପାଇଁ ଶପଥ ପାଠ କରିଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡି ଦିଦି, ଅନ୍ତେବାସୀ, ୱାନ ସ୍ଟପ ସେଣ୍ଟର (ସଖୀ) କର୍ମକର୍ତ୍ତା ଯୋଗ ଦେଇଥିଲେ । ପରିଶେଷରେ କୁକୁଡାଖଣ୍ଡି ସମ୍ୱନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସମସ୍ତଙ୍କୁ ବିଦାୟ ସମ୍ବୋଧନ କରି ଉପସ୍ଥିତ ସମସ୍ତଙ୍କୁ ସାଧୁବାଦ ଦେଇ ଧନ୍ୟବାଦ ଜଣାଇଥିଲେ ।
Prev Post
Next Post