ମାହେଶ୍ୱରୀର ପ୍ରୟାସ – ସ୍ୱଚ୍ଛତା ଓ ସଂଯମତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ତରଫରୁ ସ୍ଥାନୀୟ ତୁଳସିନଗର ଠାରେ ଏକ ମହିଳା ସଚେତନତା ଧର୍ମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ କିଶୋରୀ ତଥା ମହିଳାମାନେ ଉପସ୍ଥିତ ଥିଲେ । ଋତୁସ୍ରାବ ଜନିତ ରୋଗ ଦ୍ୱାରା ଶତାଧିକ ମହିଳାମାନେ ରୋଗରେ ଆକ୍ରାନ୍ତ ହେବା ସହିତ ମୃୃତ୍ୟୁବରଣ କରିଛନ୍ତି ତଥା ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସର ମଧ୍ୟ ବସବର୍ତ୍ତି ହେଇଛନ୍ତି । କିଶୋରୀମାନଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱଚ୍ଛତା ଓ ସଂଯମତା ସମ୍ବନ୍ଧୀୟ ବିଷୟରେ ପ୍ରଶିକ୍ଷକ ତୃପ୍ତିମୟୀ ମହାପାତ୍ର ଓ ମୋନାଲିସା ସାଗର କିଶୋରୀମାନଙ୍କୁ ଫଟୋ ଏବଂ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟମାନଙ୍କୁ ଆଲୋକପାତ କରିବା ସହିତ କିଭଳି ସଂଯମତା ରକ୍ଷା କରି ନିଜର ନିଜର ସାମାଜିକ ଦାୟିତ୍ୱ ସମ୍ପନ୍ନ କରିବେ ତା ସହ ସୁନ୍ଦର ଓ ସୁସ୍ଥ ଜୀବନ ଯାପନ କରି ପାରିବେ ବୋଲି ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୱାର୍ଡ ନମ୍ବର ୧୮ରେ ଅଙ୍ଗନୱାଡି ସୁଜାତା ବାରିକ ଓ ଶ୍ରଦ୍ଧାଞ୍ଜଳି ମିଶ୍ର ଏବଂ ଆଶା କର୍ମୀ ସରସ୍ୱତୀ ଗଉଡ ସହଯୋଗ କରିଥିଲେ । ମାହେଶ୍ୱରୀ ସଂଗଠନର ମହିଳା ଶାଖା ସହ ସଂଯୋଜକ ସୁଷମା ବହିଦାର, ସୁସ୍ରିତା ଠାକୁର, ସୁପ୍ରମା ବହିଦାର, କରନ୍‌ ବେହେରା, ଆଶୁତୋଷ ବାଗ, ରିତେଶ ଅଗ୍ରୱାଲ । ଆଗାମୀ ଦିନରେ ବଲାଙ୍ଗିରର ସବୁ ୱାର୍ଡରେ ସଚେତନତା ଶିବିର ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.