ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀର ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ଜନନୀ ସମ୍ପର୍କ ଅଭିଯାନରେ ଗତକାଲି ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଯାଇ ପହଞ୍ଚିଥିଲେ ସେକ୍ଟର ୭ ବିନ ବସ୍ତି ଅଂଚଳରେ । ବସ୍ତି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳର ଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଥିଲେ । ବିଶେଷ କରି ମା’ ଭଉଣୀମାନେ ଏହି ଅବସରରେ ଜଣାଇଥିଲେ ଯେ ବସ୍ତିର ବହୁ ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମ ଅଛନ୍ତି ଯେଉଁମାନେ ସରକାରଙ୍କ ବିଭିନ୍ନ ଭତ୍ତା ପାଇବାରୁ ଏବେବି ବଞ୍ଚିତ ଅଛନ୍ତି । ସେହିପରି ରୋଗାଗ୍ରସ୍ତରେ ଥିବା ଅନେକ ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି । ତେଣୁ ମା’ ଭଉଣୀମାନଙ୍କ ସହଯୋଗ ମାଧ୍ୟମରେ ସରକାରୀ ଅଧିକାରୀଙ୍କୁ ସମସ୍ତ ସମସ୍ୟା ବିଷୟରେ ଅବଗତ କରି ଯଥା ସମ୍ଭବ ସମାଧାନ କରିବା ପାଇଁ ପ୍ରୟାସରତ ବୋଲି ଜଣାଇଛନ୍ତି ।
Prev Post