ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁଆଳିପଡା ସରପଞ୍ଚଙ୍କ ଅନସନ ଗତକାଲି ଏସଡିପିଓ ଦେବଦତ୍ତ ବରାଳଙ୍କ ପ୍ରତିଶୃତି ପରେ ପ୍ରତ୍ୟାହାର ହୋଇଛି । ସ୍ୱାମୀ ଓ ଦେଢଶୁରଙ୍କ ନାମରେ ମାମଲାକୁ କେନ୍ଦ୍ରକରି ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ ଓ ସେମାନଙ୍କ ସମର୍ଥକମାନେ ଡେଲାଙ୍ଗ ଥାନା ପରିସରରେ ୨ ଦିନ ହେଲା ଅନସନ କରିଥିଲେ । ଗତକାଲି ପିପିଲି ଏସଡିପିଓ ଦେବବତ୍ତ ବରାଳ ଓ ଆଇଆଇସି ଅନିଲ କୁମାର ମହାନ୍ତିଙ୍କ ସହିତ ଭାଜପା ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ ଓ ସରପଞ୍ଚ ପ୍ରତିନିଧିଙ୍କ ସହିତ ମାମଲାର ନିରପେକ୍ଷ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେବାରୁ ଅନସନକାରୀ ପ୍ରତ୍ୟାହୃତ କରିଥିଲେ । ସୂଚନା ଥାଉକି, ଅକ୍ଟୋବର ୨ ତାରିଖରେ ସରପଞ୍ଚ ଓ ପୂର୍ବତନ ସରପଞ୍ଚ ମଧ୍ୟରେ ପାଟିତୁଣ୍ଡ ହେବା ସହିତ ଥାନାରେ ଉଭୟ ପକ୍ଷରୁ ପୃଥକ ମାମଲା ରୁଜୁ ହୋଇଥିଲା ।
Prev Post