oom

ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପ୍ରତିଶୃତି ପରେ ଧାନ ମଣ୍ଡି ଖୋଲାଯିବା ଦାବୀରେ ହେଉଥିବା ଆନ୍ଦୋଳନ ପ୍ରତ୍ୟାହୃତ

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଠାରେ ଧାନ ମଣ୍ଡି ଖୋଲାଯିବା ଦାବୀରେ ଗଜବାହଲ ଛକ ଠାରେ ଚାଲିଥିବା ରାସ୍ତା ରୋକ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଆନ୍ଦୋଳନକାରୀ ମାନେ ରିଷିଡା-ତୁଷୁରା-ବଲାଙ୍ଗୀର, ମ.ରାମପୁର-ରିଷିଡା-କର୍ଲାମୁଣ୍ଡା ରାସ୍ତାରେ ଗଛ ପକାଇ ଅବରୋଧ କରିଥିବାରୁ ତଥା ରାସ୍ତା ଉପରେ ଧାରଣା ଦେଉଥିବାରୁ ଯାତାୟାତ ଠପ୍ ହୋଇଯାଇଛି । ଫଳରେ ଜନ ସାଧାରଣ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜି ଧାରଣା ସ୍ଥଳରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ଅରବିନ୍ଦ ଗହୀର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ଭୋଇ, ପୂର୍ବତନ ସରପଞ୍ଚ ଭୀମସେନ ସାହୁ, ପୂର୍ବତନ ସମିତି ସଭ୍ୟ ବୀଣାପାଣି ସା, ନାଏବ ସରପଞ୍ଚ ଦେବକୀ ମହାନନ୍ଦ, ୱାର୍ଡ ମେମ୍ବର ସନ୍ତୋଷ ଦାଶ୍, ଅବନ୍ତି ମାଝୀ, ଚାଷୀ ନୃପ ମଣୀ ଗହୀର, ଉତ୍ତମ ଭୋଇ, ମକୁନ୍ଦ ମାଝୀ, ପ୍ରଫୁଲ୍ଲ କୁମାର ସାହୁ, ବୈକୁଣ୍ଠ ବିହାରୀ ପଧାନ, ପୂର୍ଣ୍ରଚନ୍ଦ୍ର ମାଝୀ, ତ୍ରିଲୋଚନ ଗହୀର, ଦାମୋଦର ପଧାନ, ଅଶ୍ୱିନୀ ବେହେରା, ସୁବଳ ପଧାନ, ରଶ୍ମିରଞ୍ଜନ ମିଶ୍ର, ଅଖିଳ ମିଶ୍ରଙ୍କ ସମେତ ବହୁ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ମାନେ ଧାରଣାରେ ସାମିଲ ହୋଇଥିବା ବେଳେ ରିଷିଡା ଫାଣ୍ଡିର ପୋଲିସ ସଦଳ ବଳେ ମୁତୟନ ଥିଲେ । ତେବେ ଆଜି ଅପରାହ୍ନ ଚାରିଟା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଧାରଣା ସ୍ଥଳରେ ପହଂଚି ଗଜବାହାଲ ଠାରେ ସପ୍ତାହକୁ ଦିନେ, ଦି’ ଦିନ ଧାନ କିଣିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସମୟରେ ତହସିଲଦାର ମିଳନ ଝାଙ୍କର ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଶ୍ରୀ ସିଂଦେଓଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ତା’ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

jittmm
Leave A Reply

Your email address will not be published.