୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା : ଫାଇନାଲ ଖେଳ ଆଜି

  • ପ୍ରଦର୍ଶନୀ ଖେଳରେ ବିଲେଇସର୍ଡା ହାଇସ୍କୁଲ ଓ ରୁରାଲ ଷ୍ଟାର ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମଜୀ ଯୁବକ ସଂଘ ଆନୁକୁଲ୍ୟରେ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମଠାରେ ଆଜି ୫୬ତମ ସର୍ବଭାରତୀୟ ଇଂଜିନିୟରସ୍‌ କପ୍‌ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ତରଫରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଦୁଇଟି ପ୍ରଦର୍ଶନୀ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍‌ରେ ଭାଲେର ହାଇସ୍କୁଲକୁ ହରାଇ ବିଲେଇସର୍ଡା ହାଇସ୍କୁଲ ୪-୦ ଗୋଲରେ ଜିତିଥିଲା । ଦ୍ୱିତୀୟ ପ୍ରଦର୍ଶନୀ ମ୍ୟାଚ୍‌ ସଦାଇପାଲି ରୁରାଲ ଷ୍ଟାର ଓ ବଲାଙ୍ଗିର ସାମ୍ବାଦିକ ସଂଘ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରୁରାଲ ଷ୍ଟାର ଦଳ ୨-୦ ଗୋଲରେ ବିଜୟୀ ହୋଇଥିଲେ । ଅତିଥି ଭାବରେ ବଲାଙ୍ଗିର ବିପିସିଏଲ୍‌ ପ୍ଲାନଟ୍‌ ମ୍ୟାନେଜର ବ୍ରିଜେଶ ସିଂ ଗୁରଜର ଓ ଗ୍ୟାସ ବୋଟଲିଙ୍ଗ୍‌ ପ୍ଲାନଟ ମ୍ୟାନେଜର ଅମରିତ ରାଜ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିବା ବେଳେ ଚଗଲା ପରିଛା ଓ ବୃନ୍ଦାବନ ମହାକୁର ପୁରସ୍କାର ବିତରଣ କରିଥିଲେ । ଅୟୋଜକ କମିଟି ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ଓ ସଦସ୍ୟ ରମେଶ ଚନ୍ଦ୍ର ନାଏକ ମଂଚାସୀନ ଥାଇ ସଭା ପରିଚାଳନା କରିଥିଲେ । ସାମ୍ବାଦିକ ସଂଘର ବିରେନ୍ଦ୍ର ଝାଙ୍କର, ସୁନୀଲ ମହାନ୍ତି ଓ କରୁଣାକର ଏବଂ ରୁରାଲ ଷ୍ଟାର ଦଳର ପ୍ରଦୀପ ମହାରଣା ଓ ସୁଧାଂଶୁ ସେଠ ଆଦି ଖେଳାଳିଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିଲା । ସୁନୀଲ ବିଶ୍ୱାଲ, ଶରତ ନନ୍ଦ, ଅବଦୁଲ କୁଜିବ ଓ ଗରୁଡ ସାଏ ଖେଳକୁ ପରିଚାଳନା କରିଥିଲେ । ରବିବାର ଦିନ ଫାଇନାଲ ଖେଳ ସଦାଇପାଲି ସାଇଟ୍‌ ବନାମ୍‌ କୁଚିଣ୍ଡା ମଧ୍ୟରେ ଅନୁଷ୍ଠିତ ହେବ । ଅନ୍ୟମାନଙ୍କ ମଧ୍ୟରେ ଚଗଲା ପରିଛା, ବୃନ୍ଦାବନ ମହାକୁର, ଆଦିତ୍ୟ ପଟ୍ଟନାୟକ, ରତିଲାଲ ମହାକୁର, ବିଭୁଦତ୍ତ ଦାଶ, ଅମିୟ ଯୋଷୀ, ମୁକେଶ ନାଏକ, ଦିବ୍ୟପ୍ରତିକ କୁମ୍ଭାର, ପିୟୁଷ ରଂଜନ ତାଣ୍ଡି, ଡି.ଡି. ମିଶ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.