om academy

ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସରେ ନାଁ ପାଇଲେ ୧୪ଟି ଶାବକ

jsm

ବାରଙ୍ଗ/ ତ୍ରିଶୁଳିଆ : ଆଜି ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ୧୬ଟି ବନ୍ୟପ୍ରାଣୀ ଶାବକଙ୍କ ନାମକରଣ କରାଯାଇଛି । ୨ଟି ହାତୀ ଶାକବ, ୬ ବାଘ ଓ ୬ ସିଂହ ଛୁଆ ଆଜିଠୁ ସେମାନଙ୍କ ନୂଆ ନାଁରେ ପରିଚିତ ହେବେ । ସାଧାରଣ ନାଲି ରଙ୍ଗର ବାଘୁଣୀ ଅଙ୍କିତା ଓ ନନ୍ଦନ ମିଳନରୁ ଜନ୍ମିତ ୪ ଶାବକଙ୍କ ମଧ୍ୟରୁ ୩ ମାଈ ଛୁଆଙ୍କ ନାମ ଶ୍ରୀ, ତୃପ୍ତି ଓ ଜୟଶ୍ରୀ ଏବଂ ଅଣ୍ଡିରା ଛୁଆକୁ ଅମିତ୍‌ ବୋଲି ଘୋଷଣା କରାଯାଇଛି । ଧଳା ବାଘୁଣୀ ରୂପା ଓ ରାଜେଶ ମିଳନରୁ ଜନ୍ମିତ ଅଣ୍ଡିରା ଛୁଆର ନାଁ ଶିବ ଓ ମାଈ ଛୁଆର ନାଁ ଅମ୍ରିତା ରଖାଯାଇଛି । ସିଂହୀ ବିଜ୍‌ଲି ଜନ୍ମିତ ୪ ଶାବକ ମଧ୍ୟରୁ ୩ ମାଈ ଶାବକଙ୍କ ନାଁ ଶ୍ରଦ୍ଧା, ରୀମା ଓ ଅନାମିକା ରଖାଯାଇଛି ଏବଂ ଅଣ୍ଡିରା ଛୁଆକୁ ଯୁବରାଜ ବୋଲି ଡକାଯାଉଛି । ସେହିଭଳି ସିଂହୀ ରେବାର ଦୁଇ ଶାବକ ମଧ୍ୟରୁ ଅଣ୍ଡିରା ଛୁଆର ନାଁ ଶିବମ୍‌ ଓ ମାଈ ଛୁଆର ନାଁ ମାୟା ରଖାଯାଇଛି । ଜୁନ୍ ୨୫ରେ କେନ୍ଦୁଝରରୁ ଉଦ୍ଧାର ହୋଇଥିବା ମାଈ ହାତୀ ଶାବକର ନାଁ ଆଶା ଓ ନଭେମ୍ବର ୨୪ରେ ସେଇ କେନ୍ଦୁଝରରୁ ଆସିଥିବା ଅଣ୍ଡିରା ହାତୀ ଶାବକର ନାଁ ଅଭି ରଖାଯାଇଛି ।

Leave A Reply

Your email address will not be published.