ଛତ୍ରପୁର ଶିବକୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍‌ର ପ୍ରତିଷ୍ଠାତ୍ସୋବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶିବକୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍‌ର ପ୍ରତିଷ୍ଠାତ୍ସୋବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରିଜୋନାଲ୍ ମ୍ୟାନେଜର ପ୍ରଶାନ୍ତ କୁମାର ବେହେରା, ମୁଖ୍ୟବକ୍ତା ଭାବେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ର, ଛତ୍ରପୁର ବୁଦ୍ଧିଜୀବୀ ପ୍ରଫୁଲ୍ଲ ପଟ୍ଟନାୟକ, ପୂର୍ବତନ ବିଧାୟକ ଆଶୋକ ଚୌଧୁରୀ, ଶିବକୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍‌ର ମୁଖ୍ୟ ଉଦ୍ୟୋକ୍ତା ଇଞ୍ଜିନିୟର ଆର୍.ସି. ପଟ୍ଟନାୟକ, ଶିକ୍ଷାବିତ୍ ଶ୍ରୀମତୀ ସୁଜାତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଶନିବାର ସନ୍ଧ୍ୟାରେ ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡ୍ରିମ୍ ଡେନ୍‌ସ୍ ଏକାଡେମୀ ପକ୍ଷରୁ ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ପ୍ରାରମ୍ଭରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.