oom

ଆଦ୍ୟାଶକ୍ତି ନାରୀ ସଂଗଠନର ପ୍ରତିଷ୍ଠା ଦିବସ ପାଳନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନର ୧୪ତମ ପ୍ରତିଷ୍ଠା ଦିବସ ସଭାପତି ମାଳତୀ ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାର୍ବଣରେ ସମାଜସେବୀ ଶାନ୍ତିଲତା ବହିଦାର ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଚାରୁବାଳା ଦେବୀ ମୁଖ୍ୟବକ୍ତା, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ସଂଗଠନର ସଂସ୍ଥାପକ ମଦନ ମୋହନ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାରୀ ସମାଜ ଜାଗ୍ରତ ଓ ସଚେତନ ହୋଇ ସଂସ୍କୃତି ସଂପନ୍ନ କାମ କଲେ ନାରୀ ସମାଜର ପ୍ରଗତି ସମ୍ଭବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଭା ଆରମ୍ଭରେ ଆକାଂକ୍ଷା ଉଦ୍‌ଗାତା ବେଦ ପଠନ କରିଥିଲେ । କବିତା ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜ୍ୟୋତିରାଣୀ ମିଶ୍ର ସଭା ପରିଚାଳନା କରିଥିଲେ । ସଂପାଦିକା କସ୍ତୁରୀ ରଥ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ସମାରୋହରେ ବିଶିଷ୍ଟ ସଂଗଠିକା ସଂଗୀତା ଦାଶଙ୍କୁ ଆଦ୍ୟାଶକ୍ତି ସମ୍ମାନ ଓ ଆଦର୍ଶ ଶିକ୍ଷୟିତ୍ରୀ ସଂଜୁଲତା ମିଶ୍ରଙ୍କୁ ଆଦର୍ଶ ଗୃହିଣୀ ଭାବେ ଲଳିତା ଖୁଆସ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ମମତାମୟୀ ଜେନା ଓ ତନୁଜା ପତି ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ପୂର୍ବରୁ ହୋଇଯାଇଥିବା ପ୍ଲାଷ୍ଟିକ ଗ୍ଲାସରେ ପିରାମିଡ ତିଆରି କରିବା, ବଲ ଫିଙ୍ଗା, ମ୍ୟୁଜିକ ଚେୟାର, ସଂଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କେଶବ ମିଶ୍ର, ଅରୁଣ ଖୁଆସ, ଚୁଡେନ୍ଦ୍ର ବେହେରା, ନିରୁପମା ପାଣିଗ୍ରାହୀ, ନିହାରିକା ମିଶ୍ର, ସଂଯୁକ୍ତା ମିଶ୍ର, ଦିପ୍ତିମୟୀ ମିଶ୍ର, ସଂଗୀତା ମିଶ୍ର, ରଶ୍ମି ପାତ୍ର, କୁମୁଦିନୀ ପୃଷ୍ଟି, ଚିନ୍ମୟୀ ଉଦ୍‌ଗାତା, ସୌଦାମିନୀ ମିଶ୍ର, ରାଜଶ୍ରୀ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଆରତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.