oom

ଛତ୍ରପୁରରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳନ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ୍‌ ରୁମ୍‌ ପରିସରରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ପୂର୍ବାହ୍ନରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡ଼ି ଦଳୀୟ ପ୍ରତିଷ୍ଠା ଉତ୍ସବ ଅବସରରେ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହରର ଲୋଏର ବସଷ୍ଟାଣ୍ଡଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତ୍ତୃବର୍ଗଙ୍କ ଦ୍ଵାରା ମାଲ୍ୟାର୍ପଣ, ଛତ୍ରପୁର ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ, ଶିବକୁମାର ପଟ୍ଟନାୟକ ରିଡିଙ୍ଗ୍‌ ପରିସରରେ ଆନୁଷ୍ଠାନିକ ସଭା, ଦଳୀୟ ସାଂଗଠନିକ ଆଲୋଚନା ଏବଂ ସମୂହ ଶପଥପାଠ ଆଦି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ନାହାକ, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍.ଚକ୍ରପାଣି ରେଡ୍ଡୀ, ଛତ୍ରପୁର ଏନ୍.ଏ.ସି. ଭାଇସ୍ ଚେୟାରମ୍ୟାନ ଜି.ପାପା ରାଓ, ଛତ୍ରପୁର ଏନ୍.ଏ.ସି. କାଉନସିଲର ପ୍ରୀତିଚ୍ଛନ୍ଦା ସାମଲ , ଏମ୍. ୱାଣି ସେନାପତି, ସନ୍ତୋଷି ସେଠୀ, କାଉନ୍‌ସିଲର୍‌ ଦେବାଶିଷ ମିଶ୍ର, ନଗର ବିଜେଡି ସଭାପତି ବି.ରାଜିବାବୁ, ଉପ-ସଭାପତି ଅଟଳ ବିହାରୀ ପଟ୍ଟନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ସନମୁଖ ପଟ୍ଟନାୟକ, ପୂର୍ବତନ କାଉନ୍‌ସିଲର୍‌ ରାଜେଶ ସାହୁ, ପୂର୍ବତନ କାଉନ୍‌ସିଲର୍‌ କିଶୋର ଚନ୍ଦ୍ର ସେନାପତି, ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ପ୍ରଶାନ୍ତ ପଣ୍ଡା, ବହୁ ବରିଷ୍ଠ ସଦସ୍ୟ, ପ୍ରମୁଖ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଆଗାମୀ ଦିନରେ ସାଧାରଣ ନିର୍ବାଚନ ପାଇଁ ଦଳୀୟ ସଂଗଠନକୁ ମଜବୁତ କରାଯାଇ ଦଳ ବିଜୟୀ ହେବାପାଇଁ ବଜ୍ର-ଶପଥ କରିଥିଲେ ।

jittmm
Leave A Reply

Your email address will not be published.