
ନୀଳଗିରି : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୀଳଗିରି ନଗର ତରଫରୁ ୭୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବାଲେଶ୍ଵର ଜିଲ୍ଲା ନୀଳଗିରି ନଗର ଶାଖା ପକ୍ଷରୁ ମଧ୍ୟ ବିଦ୍ୟାର୍ଥୀ ଦିବସ ତଥା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।
ନୀଳଗିରି କାର୍ୟ୍ୟାଳୟ ସମ୍ମୁଖରେ ସକାଳୁ ପତାକା ଉତ୍ତୋଳନ କରାଯାଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ନଗର ସଭାପତି ଅକ୍ଷୟ କୁମାର ପାଣିଗ୍ରାହୀ, ପୂର୍ବତନ ନଗର ଉପସଭାପତି ନିହାର ରଞ୍ଜନ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପୀବଲ୍ଲଭ ରାଉତ, ଧର୍ମଜ୍ୟୋତି ଦାସ, ଅଭିଜିତ ରାଉତ, ଲକ୍ଷ୍ମୀକାନ୍ତ ରାଉତ, ସାଇ ସତ୍ୟପ୍ରକାଶ ପ୍ରଧାନ, ସୁଜିତ୍ ସୋ, ପ୍ରଦୀପ ଜେନା, ଧୀରେନ୍ଦ୍ର ଲେଙ୍କା, ପ୍ରଦୀପ ଧଲ୍, ଚିତ୍ତରଞ୍ଜନ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।