ଜିଲ୍ଲାସ୍ତରୀୟ ଓଡିଶା ଦିବସ ସହ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଟାଉନହଲ୍‌ଠାରେ ଆଜି ଜିଲ୍ଲାସ୍ତରୀୟ ଓଡିଶା ଦିବସ ସହ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଓଡିଶା ଦିବସ ସମାରୋହରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ସଭାପତିତ୍ୱ କରିଥିବା ବେଳେ ଓଡିଶାର ବରପୁତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରିଛନ୍ତି । ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବତନ୍ତ୍ର ଓଡିଶା ଦିବସ ପାଳନ ତିଥି ସହ ଜିଲ୍ଲା ପ୍ରତିଷ୍ଠା ଦିବସ ଏକ ଅନନ୍ୟ ସଂଯୋଗ ବୋଲି କହିବା ସହ ମା’ ମାଟି ଓ ଭାଷାର ବିକାଶ ସହ ଏକ ବିକଶିତ ରାଜ୍ୟରେ ପରିଗଣିତ କରିବାକୁ ସଂକଳ୍ପ ନେଇଥିଲେ । ସଭା ପୂର୍ବରୁ ବନ୍ଦେ ଉତ୍କଳ ଜନନୀ ସଂଗୀତର ସମୂହ ଗାନ କରାଯାଇଥିବା ବେଳେ ଶେଷରେ ଶିଶୁ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave A Reply

Your email address will not be published.