ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ଦ୍ଵିତୀୟ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମାଜ ସେବା ହିଁ ସଂକଳ୍ପର ଆଭିମୁଖ୍ୟ ସାଜିଥିବା ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ଦ୍ଵିତୀୟ ପ୍ରତିଷ୍ଠା ଦିବସ ଏବଂ ପୁଲବାମା ଆତଙ୍କବାଦୀ ଆକ୍ରମଣରେ ଦେଶ ମାତୃଭୂମି ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନଙ୍କ ସ୍ମୃତିରେ “ବଳିଦାନ ଦିବସ” ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ସଂକଳ୍ପ ପରିବାର ପକ୍ଷରୁ ପାଳନ ହୋଇଯାଇଛି । ତେବେ ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରି ୭ ଜଣ ମହିଳା ରକ୍ତଦାତା ସମେତ ମୋଟ ୬୦ ୟୁନିଟ ରକ୍ତ ବରଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ସହାୟତାରେ ସଂଗ୍ରହ କରାଯାଇଥିବା ବେଳେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରି ସଂକଳ୍ପ ପରିବାରର ପ୍ରତିଷ୍ଠା ଦିବସ ତଥା ସହିଦଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ସମ୍ମାନିତ ଅତିଥି ଭାବରେ ବରଗଡ଼ ସାଂସଦ ସୁରେଶ ପୁଝାରି, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିପ୍ଲବୀ କବି ନିତିଶ ଆଚାର୍ଯ୍ୟ, ବିଶିଷ୍ଟ ଶିକ୍ଷାବିତ ମନୋରଞ୍ଜନ ସାହୁ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ସୁଜିତ ପୃସେଠ ପ୍ରମୁଖ ଯୋଗଦାନ କରି ସଂକଳ୍ପ ପରିବାର ବିଷୟରେ ନିଜର ଅଭିମତ ରଖି ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେବେ ୧୪ ଫେବୃଆରୀରେ ପାଶ୍ଚାତ୍ୟ ସଭ୍ୟତାକୁ ନେଇ ଯୁବପୀଢ଼ିଙ୍କ ମନରେ ଏକ ଭିନ୍ନ ଉତ୍ସାହ ଦେଖା ଯାଉଥିବା ବେଳେ ଏହି ଦିନରେ ପୁଲବାମା ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନଙ୍କୁ ମନେ ପକାଇବାକୁ ଯାଇ ଯୁବପୀଢ଼ିଙ୍କୁ ନେଇ ସଂକଳ୍ପ ପରିବାର ତରଫରୁ ବଳିଦାନ ଦିବସ ପାଳନ କରାଯାଇଥିଲା । ଏଣୁ ପ୍ରତ୍ୟେକ ବର୍ଷ ସିଆର୍‌ପିଏଫ୍‌ରୁ ଉଚ୍ଚପଦସ୍ଥ ଅଧିକାରୀ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ମାନ ବଢାଇଥାନ୍ତି ଠିକ୍‌ ସେହିପରି ଗତକାଲି ୧୮୯ ବାଟାଲିଆନ ଦ୍ୱିତିୟ କମାଣ୍ଡିଙ୍ଗ ଅଫିସର ପୀତବାସ ପଣ୍ଡାଙ୍କ ସହିତ ଅନେକ ସିଆର୍‌ପିଏଫ୍‌ ସିପାହୀ ଯୋଗଦାନ କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ନିଜର ଅନୁଭୂତି ପ୍ରକାଶ କରିଥିଲେ । ତେବେ ସମସ୍ତ ଅତିଥିଗଣ ସଂକଳ୍ପ ପରିବାରର ନିଃସ୍ୱାର୍ଥପର ସମାଜସେବାକୁ ଭୁରି ଭୁରି ପ୍ରସଂଶା କରିଥିଲେ ଏବଂ ଆଗାମୀ ପିଢି ପାଇଁ ସଂକଳ୍ପ ପରିବାର ପ୍ରେରଣା ଦାୟକ ହେବ ବୋଲି ଅଭିମତ ରଖିଥିଲେ । ସଂକଳ୍ପ ପରିବାର ତରଫରୁ ଏହି ବଳିଦାନ ଦିବସ ଅବସରରେ ସମ୍ବଲପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସମ୍ବଳ” ଓ ପର୍ବତୀଗିରି ବୃଦ୍ଧାଶ୍ରମର ପରିଚାଳକ ଜଳନ୍ଧର ପଟେଲଙ୍କୁ ମାନପତ୍ର ତଥା “ସଂକଳ୍ପ ସେବା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ସଂକଳ୍ପ ପରିବାର ତରଫରୁ ଏକ ପ୍ରେରଣାଦାୟୀ ନୁକଡ଼ ନାଟକ ସଞ୍ଜୟ ଶତପଥୀଙ୍କ ନିର୍ଦେଶନାରେ ପରିବେଷଣ କରାଯାଇଥିଲା ଏବଂ ତା ସହିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ଗତକାଲି ସମ୍ପୂର୍ଣ୍ଣ ସଭାଟି ସଂକଳ୍ପ ପରିବାରର ସଭାପତି ରହିତ ଜଶ୍ୱାଳସଙ୍କ ସଭାପତିତ୍ୱରେ ପରିଚାଳିତ ହୋଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲ ବରିଷ୍ଠ ସାମ୍ବାଦିକ ବାଲାଜୀ ବିଭୁରଞ୍ଜନ ତରସିଆ ଏବଂ ସଂକଳ୍ପ ପରିବାରର ବାର୍ଷିକ ବିବରଣୀ ପାଠ କରିଥିଲେ । ବିକାଶ ଅଗ୍ରୱାଲ ସଂଯୋଜନା କାିଥିବା ବେଳେ ଶେଷରେ ସମ୍ପାଦକ ନିଦାନ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.