ଟିଟିଲାଗଡ ଦେବନ୍ଧ ସାଗର କଡ଼ରେ ନୂତନ ନିର୍ମିତ ଶନି ମନ୍ଦିରରେ ଶନି ଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଦେବନ୍ଧ ସାଗର କଡ଼ରେ ଦୀର୍ଘ ୧୯ ବର୍ଷ ହେବ ଏକ ଛୋଟିଆ ଶନି ଦେବଙ୍କ ମନ୍ଦିରରେ ଭକ୍ତ ପୂଜା କରି ଆସୁଥିଲେ । ତେବେ ଖସୁଆ ବାବା ସେବା ସମିତି ପକ୍ଷରୁ ହନୁମାନ ମନ୍ଦିର ସମ୍ମଖରେ ଦୀର୍ଘ ୧୯ ବର୍ଷ ଧରି ଚାଲୁଥିବା ପ୍ରଚେଷ୍ଟାର ଫଳ ସ୍ୱରୂପ ଆଜି ଏପ୍ରିଲ ୯ ତାରିଖ ଦିନ ନୂତନ ଭାବେ ନିର୍ମିତ ଶନି ମନ୍ଦିରକୁ ପ୍ରାଣ ପ୍ରତିଷ୍ଠା କରି ଶନି ଦେବଙ୍କ ମୂର୍ତ୍ତି ସ୍ଥାପନ କରାଗଲା । ଏହି ଅବସରରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ, ଅଷ୍ଟ ପ୍ରହର ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇ ଆଜି ତାହାର ପୂର୍ଣ୍ଣାହୁତି ପଡ଼ିବା ପରେ ମନ୍ଦିର ଭିତରେ ଶନି ଦେବଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଆଚାର୍ଯ୍ୟ ଭାବେ ପୂଜାକାର୍ଯ୍ୟ ତୁଲାଉଛନ୍ତି ବିଦ୍ୟାଧର ରାଜଗୁରୁ ଏବଂ ତାଙ୍କର ଶିଷ୍ୟ ସିଦ୍ଧନାଥ ଶର୍ମା, ଶୁଭେନ୍ଦୁ ତ୍ରିପାଠୀ, ଶିଳ୍ପୀ ପିଣ୍ଟୁ ମହାରଣା । ସେହିପରି କର୍ତ୍ତା ଭାବେ କରନ ବେହେରା ଓ ସପତ୍ନୀ ଗୌରୀ ବେହେରା ପୂଜାରେ ବସିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କମିଟିର ସୀତାରାମ ବେହେରା, ଗୋପାଳ ବିଶି, ପିଙ୍କୁ ପାଢୀ, ଲିଙ୍ଗରାଜ ବିଶି, ମାନସ ସାହୁ, ମଣ୍ଟୁ ସାହୁ, ବାରିକ ଆଜ୍ଞା ଓ ଅନ୍ୟ ସଦସ୍ୟମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ । ପୂଜାର୍ଚ୍ଚନା ସରିବା ପରେ ଭକ୍ତମାନେ ଶନିଦେବଙ୍କ ଦର୍ଶନ ଲାଭ କରିବା ସହ ପ୍ରସାଦ ପାଇବାର ସୌଭାଗ୍ୟ ଅର୍ଜନ କରିଥିଲେ ।

Leave A Reply

Your email address will not be published.