ବ୍ରାହ୍ମଣୀ ଗ୍ରାମରେ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରେ ଏକ ଭବ୍ୟ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହା ବୁଧବାର ଦିନଠାରୁ ଆରମ୍ଭ ହୋଇ ରବିବାର ଦିନ ଶେଷ ହୋଇଥିଲା । ପ୍ରଥମ ଦିବସରେ ମହିଳାମାନଙ୍କ ଦ୍ଵାରା ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଦ୍ଵିତୀୟ ଦିବସରେ ସୂର୍ଯ୍ୟ ପୂଜା, ତୃତୀୟ ଦିବସରେ କୁମ୍ଭଭରଣ ଓ ରତ୍ନମୁଦ, ଚତୁର୍ଥ ଦିବସରେ ରତ୍ନ ସିଂହାସନ ପ୍ରତିଷ୍ଠା ଓ ନଗର ପରିକ୍ରମା ଏବଂ ଶେଷ ଦିବସରେ ମନ୍ଦିର ପ୍ରତିଷ୍ଠା ଓ ଧ୍ଵଜା ରୋପଣ କରାଯାଇଥିଲା । ପ୍ରଚଣ୍ଡ ଖରା ଓ ପ୍ରବଳ ଗ୍ରୀଷ୍ମ ତାତି ସତ୍ତ୍ଵେ କୁମ୍ଭଭରଣ‌ କାର୍ଯ୍ୟରେ ଗାଁ ତଥା ଆଖ‌ପାଖ ଗାଁରୁ ‌ଶତାଧିକ ଭକ୍ତଙ୍କ ପ୍ରବଳ ଜନସମାଗମ ହୋଇଥିଲା । ଗ୍ରାମର ବରିଷ୍ଠ ପୂଜକ କାଶୀନାଥ ଦାଶଙ୍କ ସହ ଜୟ ପ୍ରକାଶ ଦାଶ, ଶୁଭମରଂଜନ ଦାଶ, ସୌମ୍ୟ ରଂଜନ ଦାଶ, ସ୍ଵାଧୀନ ରଂଜନ ଦାଶ, ସୁବାସ କୁମାର ଶତପଥୀ ପୂଜକ ରୂପେ କାର୍ଯ୍ୟ ତୁଲାଇଥିଲେ । ମୁଖ୍ୟ କର୍ତ୍ତା ରୂପେ ଇ. ରଘୁରାଜ ପଧାନ ଓ ତାଙ୍କ ଧର୍ମପତ୍ନୀ ପ୍ରିୟମ୍ବଦା ପଧାନ ରହିଥିବା ବେଳେ ଆହୁରି ନ‌ଅ ଦମ୍ପତି ମଧ୍ୟ କର୍ତ୍ତା ଦାୟିତ୍ୱରେ ରହିଥିଲେ । ତୃତୀୟ ଓ ଚତୁର୍ଥ ଦିବସ ସଂଧ୍ୟାରେ ରୀତାଞ୍ଜଳି ଦାଶ ଓ ବର୍ଷାରାଣୀ ତ୍ରିପାଠୀଙ୍କ ଦ୍ୱାରା ପାରାୟଣ ପରିବେଷଣ କରାଯାଇଥିଲା । ଏହି ମାଉସୀ ମନ୍ଦିର ପ୍ରତିଷ୍ଠା ‌କାର୍ଯ୍ୟରେ ବ୍ରାହ୍ମଣୀ ସମେତ ସମସ୍ତ ପଡୋଶୀ ଗ୍ରାମବାସୀ ଆନନ୍ଦ ଉଲ୍ଲାସର ସହିତ ଯୋଗଦାନ କରିଥିଲ ।

Leave A Reply

Your email address will not be published.