oom

ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବାଙ୍କର ଶୀତଳଷଷ୍ଠୀ ପାଇଁ ନୂତନ ମୂର୍ତ୍ତୀ ପ୍ରତିଷ୍ଠା ସମ୍ପନ୍ନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ପୁରୁଣା ବସ୍ତି କଣ୍ଟାବନ୍ଧ ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ଶିବ ବାବାଙ୍କ ମନ୍ଦିରରେ ଆସନ୍ତା ଶୀତଳଷଷ୍ଠୀ ପାଇଁ ଶୀତଳଷଷ୍ଠୀ କମିଟି, ପଦ୍ମପୁର ଦ୍ଵାରା ଆଜି ବାବା ଶିବ ଶଙ୍କର ଏବଂ ଜଗତ ଜନନୀ ମା’ ପାର୍ବତୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଭବ୍ୟ ଆକାରରେ ସମାପନ ହୋଇଯାଇଛି । ଉକ୍ତ ପ୍ରତିଷ୍ଠା ଉତ୍ସବରେ ଶୀତଳଷଷ୍ଠୀ କମିଟିର ସଭାପତି ପ୍ରୀତମ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରତିଷ୍ଠା ଉତ୍ସବରେ ଶୀତଳଷଷ୍ଠୀ କମିଟି, ପଦ୍ମପୁରର ସମସ୍ତ ସଦସ୍ୟ ସୁଚାରୁ ଦାୟିତ୍ଵ ତୁଲାଇଥିବା ବେଳେ ପ୍ରୀତମ କୁମାର ମେହେର ଓ ମିନାକ୍ଷୀ ମେହେରଙ୍କ ସହ ବର ମାତା ପିତା ଭାବରେ ମନୋନୀତ ପ୍ରଶାନ୍ତ ସାହୁ ଓ ରାଜଶ୍ରୀ ସାହୁ ଏବଂ କନ୍ୟା ମାତା ପିତା ଭାବରେ ମନୋନୀତ ଅରୁଣ ଦାନୀ ଓ ରୂପା ରାଣୀ ଦାନୀ କର୍ତ୍ତା ଭାବରେ ଦାୟିତ୍ଵ ତୁଲାଇଥିବା ବେଳେ ପୂଜକ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ, ମନ୍ଦିର ପୂଜକ ଟଙ୍କଧର ମହାପାତ୍ର ଓ ସତ୍ୟ ପ୍ରକାଶ ପାଣିଗ୍ରାହୀଙ୍କ ପୌରାହିତ୍ୟରେ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମାପନ ହୋଇଥିଲା । ଏହି ଅବସରରେ ଶିବ ଶକ୍ତିଙ୍କ ଯୁଗଳ ପ୍ରତିମାର ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ପାଇଁ କମିଟି ତରଫରୁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

jittmm
Leave A Reply

Your email address will not be published.