ଶ୍ରୀ ଆଖଣ୍ଡଳମଣି ମହାଦେବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଆସନ୍ତା ୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସିଟି କଲୋନୀ ରାମଗଡ ବସ୍ତି ଠାରେ ଶ୍ରୀ ଆଖଣ୍ଡଳମଣି ମହାଦେବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଆସନ୍ତା ଫେବୃୟାରୀ ମାସ ୬ ତାରିଖରୁ ୧୦ ତାରିଖ ଯାଏ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସପ୍ତ ମୂର୍ତ୍ତି ପରମ ବୈଦିକ, ବେଦଜ୍ଞ, ମହାସାଧକ, ନୈଷ୍ଠିକ ବ୍ରାହ୍ମଣଙ୍କ ତତ୍ୱାବଧାନରେ ଏହି ମହାପ୍ରତିଷ୍ଠା ଉତ୍ସବ ସୁଚାରୁ ରୂପେ ସମ୍ପାଦିତ ହେବା ସହ ଦିବ୍ୟାଙ୍ଗଙ୍କ ଦ୍ୱାରା ଭଜନ ପରିବେଷଣ ଓ ପ୍ରସାଦ ସେବନ ହେବ ବୋଲି ଅନୁଷ୍ଠାନର ମନ୍ଦିର କମିଟିର ଉପଦେଷ୍ଟା ସମାଜସେବୀ ହରିହର ରାଉତରାୟ ସୂଚନା ପ୍ରଦାନ କରିଛନ୍ତି । ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ସେ ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ମନ୍ଦିରକୁ ଘେରି ରହିଥିବା ୨୪ଟି ବେଲଗଛ ମନ୍ଦିରର ଶ୍ରୀବୃଦ୍ଧି କରିବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ଏଥିପାଇଁ ଅନୁଷ୍ଠାନ ତରଫରୁ ଯଜ୍ଞ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ମନ୍ଦିର କମିଟିର ସଭାପତି ପ୍ରଫୁଲ୍ଲ ସ୍ୱାଇଁ, ଉପସଭାପତି ହରି ସାହୁ, ସଂପାଦକ ଅନିଲ କୁମାର ଗୁପ୍ତା, ସହସଂପାଦକ ଶିବଶଙ୍କର ବେହେରା, କୋଷାଧ୍ୟକ୍ଷ ବବିତା ସାହୁ ଓ ରୁବିନା ସ୍ୱାଇଁ ତଥା ସମାଜସେବୀ ଜୟନ୍ତୀ ଦାସ, ବିଷ୍ଣୁପ୍ରିୟା ନାୟକ, ନିବେଦିତା ସାହୁ, ଲଳିତ ସ୍ୱାଇଁ, ରଜନୀ ଡାକୁଆ, ବାସନ୍ତୀ ଡାକୁଆ, ସାବିତ୍ରୀ ଚୌଧୁରୀ, ସରସ୍ୱତୀ ବେହେରା, ସୀମା ଓଝା, ଝରଣା ସାହୁ ପ୍ରମୁଖ ନିବେଦନ କରିଛନ୍ତି ।

Leave A Reply

Your email address will not be published.

error: Content is protected !!