ଲାୟନ୍ସ କ୍ଲବ ପକ୍ଷରୁ ନୃସିଂହନାଥରେ ପ୍ରତିଷ୍ଠା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଲାୟନ୍ସ କ୍ଲବର ପ୍ରତିଷ୍ଠା ଦିବସ ଦାଦିଜୀ ହୋଟେଲ ରେମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଗୋବର୍ଦ୍ଧନ ଅଗ୍ରୱାଲ ନେତୃତ୍ଵରେ ସଭା ଆୟୋଜନ ହୋଇଥିଲା । ମୁଖ୍ୟଅତିଥି ଭାବେ ପ୍ରଦୀପ ବଂଶଲ, ମୁଖ୍ୟବକ୍ତା ଭାବେ ବେଣୁ ମାଧବ ଦୋରା, ସମ୍ମାନ ଅତିଥି ଭାବେ ମେଜର ଆର୍ ଦାସ, ସନ୍ତୋଷିନୀ ରଥ, ପ୍ରୀତମ ମେହେର ଜନାର୍ଦ୍ଦନ ପଣ୍ଡା, ସଦାଶିବ ସରାଫ, ବିନୋଦ ବିହାରୀ ମିଶ୍ର,ଯୋଗଦେଇ ଲାୟନ୍ସ କ୍ଲବର ଲୋକ ସମ୍ପର୍କ ଓ ଉନ୍ନତି ମୂଳକ କାମ ତଥା ଆଗାମୀ ଦିନରେ କି କି କାମ କରାଯିବ ସେ ନେଇ ମତ ବ୍ୟକ୍ତ କରିଥିଲେ । ମଞ୍ଚ ପରିଚାଳନା ଶ୍ୟାମଲାଲ ପ୍ରଧାନ କରିଥିଲେ । ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ବେଳେ ମାନପତ୍ର କୁମାରୀ ଦୀପା ବାରିକ, କୁମାରୀ ଆଶା ବାରିକ, ପ୍ରିୟାରାଣୀ ଦାସ, ଆଫିନ ବାନୋଙ୍କୁ ମାନପତ୍ର ପ୍ରଦାନ କରିଥିଲେ ଅତିଥିମାନେ । ଆଜିର କାର୍ଯ୍ୟକ୍ରମରେ ସମସ୍ତ ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇ ଥିବା ବେଳେ ନୂତନ ସଦସ୍ୟମାନେ ଯୋଗଦାନ କରିଥିଲେ । ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଭାବେ ପରିବେଷଣ କରାଯାଇଥିଲା । ସମସ୍ତ ସଭ୍ୟମାନେ ଶପଥ ଗ୍ରହଣ କରିଥବା ବେଳେ ଶେଷରେ ମୀନକେତନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.