oom

ନୃଂସିନାଥରେ ମେଗା ବୃକ୍ଷ ରୋପଣ ସହ ନୃସିଂହ ବନ ପ୍ରତିଷ୍ଠା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ଗ୍ରୀନ ମହାନଦୀ ମିଶନ, ସହରାଞ୍ଚଳରେ ବୃକ୍ଷ ରୋପଣ ଯୋଜନା ଅନୁସାରେ ବରଗଡ ଜିଲା ପବିତ୍ର ନୃସିଂହନାଥ ମନ୍ଦିର ନିକଟରେ ପାଞ୍ଚ ଏକର ଜମି ବିଶିଷ୍ଠ ଏରିଆରେ ନୃସିଂହ ବନ ପ୍ରତିଷ୍ଠା କରାଯାଇ ଏଠାରେ ପାଞ୍ଚ ହଜାର ଗଛ ଲଗାଯିବାର ଯୋଜନା କରାଯାଇଛି । ଏନେଇ ବୁଧବାର ନୃସିଂହନାଥରେ ୬୨ତମ ବନମହୋତ୍ସବ ପାଳନ ଅବସରରେ ଏହି ନୃସିଂହବନ ପରିସରରେ ମୁଖ୍ୟ ଅତିଥିଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥିଭାବେ ପାଇକମାଲ ବ୍ଲକ ଚେୟାରମେନ ଭାବନା ସିଂ, ବରଗଡ ଡିଏଫଓ ବିକ୍ରମ ଦେବ ପଟ୍ଟନାୟକ, ସାଧୁ ନରସିଂ ବାବା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ପ୍ରକୃତି ବନ୍ଧୁ ବଡ ଶତପଥି, ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ, ହୃଦାନନ୍ଦ ବାରିକ, ସରୋଜ ସାମଲ, ଗୋବର୍ଦ୍ଧନ ଅଗ୍ରବାଲ, ପ୍ରମୁଖ ଯୋଗଦେଇ ମାଆ ନାମରେ ଗଛଟିଏ ସ୍ଲୋଗାନ ଦେଇ ଏହି ନୃସିଂହବନକୁ ଶୁଭ ଉଦଘାଟନ କରିଥିଲେ । ଗୋଟିଏ ବର ଗଛ ଓ ପିପଲ ଗଛକୁ ପୁଜା କରାଯାଇ ନଡ଼ିଆ ବାଡେଇ ଏହି ଗଛକୁ ସାଂସଦ ନିଜ ମା,ଙ୍କ ନାମରେ ଲଗାଇ ସମସ୍ତଙ୍କୁ ନିଜ ନିଜ ମା,ଙ୍କ ନାମରେ ଗଛ ଲଗାଇବା ପାଇଁ ଆହ୍ୱାନ କରିଥିଲେ ସାଂସଦ ପୁରୋହିତ । ଏଥିସହ ସବୁଜ ରଥକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ ଅତିଥିମାନେ । ଏହି ସବୁଜ ରଥ ଗାଁ ଗାଁ ବୁଲି ପ୍ରତି ପରିବାରକୁ ପାଞ୍ଚଟି ଲେଖାଏଁ ଗଛ ପ୍ରଦାନ ମାଗଣାରେ ବଣ୍ଟାଯିବା ଏବଂ ସେମାନେ ନିଜ ମାଆଙ୍କ ନାମରେ ନିଜ ବାଡ଼ିରେ ରୋପଣ କରିବେ ବୋଲି ବରଗଡ ଡିଏଫଓ ଜଣାଇଥିଲେ । ଆଜିକାର ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ପ୍ରାୟ ଦୁଇ ହଜାର ବିଭିନ୍ନ ପ୍ରକାରର ଲାଭଦାୟକ ଗଛ ଲଗାଯାଇ ଥିଲା । ବର, ପିପ୍ପଳ, କଦମ୍ବ, ଲିମ୍ବ, ପଣସ, ଆମ୍ବ, ପିଜୁଳି, ଅଶୋକ, ନାଗେଶ୍ୱର, ଅର୍ଜୁନ, ଜାମ୍ମୁନ, କରଞ୍ଜ, ବେଳ, ଇତ୍ୟାଦି ଗଛ ରୋପଣ କରାଯାଇଥିଲା । ଏହାକୁ ଅତିଥି ମାନଙ୍କ ସହ ଟାଇଲ ଭୋଇ, ରମେଶ ବାରିକ, ରକ୍ଷା କର ଅନୁପମ, ଦିଲ୍ଲୀପ କୁମାର ପୁରୋହିତ, ସୁଷମା ସାହୁ, ସୁନୀଲ ଅଗ୍ରୱାଲ, ଅକ୍ଷୟ କୁମାର ରାଜ, ଶେଷଦେବ ନନ୍ଦ, ଅକ୍ଷୟ ସାହୁ, ପ୍ରୀତେଶ ବହିଦାର, କୁନାଲ ପାଣିଗ୍ରାହୀ, ଅଶୋକ ମିଶ୍ର, ଆଶୀର୍ବାଦ ମହାପାତ୍ର ତଥା ବନ ବିଭାଗ କର୍ମଚାରୀ, ମନ୍ଦିର କର୍ମଚାରୀ, ନରସିଂନାଥ ହାଇସ୍କୁଲ ଛାତ୍ର, ଶିକ୍ଷକ, ସାମ୍ବାଦିକ, ପ୍ରକୃତି ପ୍ରେମୀ, ଜନସାଧାରଣ ମାନେ ବୃକ୍ଷ ରୋପଣ କରିଥିଲେ । ଶେଷରେ ସମସ୍ତଙ୍କୁ ନୃସିଂହ ନାଥ ବନ ବିଭାଗ ରେଞ୍ଜର ହୃଦାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.