lika

ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସିବିଏସ୍‌ଇ ଦଶମ ଓ ଦ୍ୱାଦଶର ଫଳାଫଳ ଶତ ପ୍ରତିଶତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଛି । ବିଦ୍ୟାଳୟରେ ପରିକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହିତ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି ଦଶମ ଶ୍ରେଣୀର ୧୦୫ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ସମସ୍ତେ ପାସ୍ ହୋଇଥିବା ବେଳେ ସ୍ୱାଗତ ପ୍ରଧାନ ୯୬.୪% ମାର୍କ ରଖି ବିଦ୍ୟାଳୟର ଟପର୍‌ ହୋଇଛନ୍ତି ଅନ୍ୟମାନଙ୍କ ମଧ୍ୟରେ ୧୬ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି । ଠିକ୍ ସେହିପରି ଦ୍ୱାଦଶ ବିଜ୍ଞାନରେ ୨୧୫ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇ ସମସ୍ତେ ପାସ୍ ହୋଇଥିବା ବେଳେ କ୍ରିଷ୍ଣାସ୍ ମିଶ୍ର ୯୫% ମାର୍କ ରଖି ପ୍ରଥମ ହୋଇଥିବା ବେଳେ, ଦେବାଶିଷ ଯୋଷୀ ଓ କ୍ରିଷ୍ଣା ସାଗର ମିଶ୍ର ୯୨.୮% ମାର୍କ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଛାତ୍ରଛାତ୍ରୀମାନଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର, ସଂପାଦକ ଗୋପାଳ କ୍ରିଷ୍ଣା ସିଂହଦେଓ, କୋଷାଧ୍ୟକ୍ଷ ଆଲୋକ ରଂଜନ ବେଦବାକ ସଭ୍ୟ ଶିରିଶ ଚନ୍ଦ୍ର ହୋତା, ବାଦଳ ମହାକୁର, ସଞ୍ଜିବ ସାହୁ ତଥା ବିଦ୍ୟାଳୟର ଅଧ୍ୟକ୍ଷ ସତିଶ ପ୍ରଧାନ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷିକା ଏହିଭଳି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନାକରି ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଛନ୍ତି ।

babaa
Leave A Reply

Your email address will not be published.