oom

ବରୋବାହାଲ ଗାଁରେ ତ୍ରୈଲୋକେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ବରୋବାହାଲ ଗାଁରେ ଥିବା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଆଜି ତ୍ରୈଲୋକେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନ ସ୍ଥାନୀୟ ପୋଖରୀରୁ କଳସ ଆଣି ପୂଜାସ୍ଥଳରେ ସ୍ଥାପନ କରିଥିଲେ । ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ସୁବାଷ ଚନ୍ଦ୍ର ଦାସ, ସାଥୀ ପୂଜକ ପ୍ରଦୀପ ମିଶ୍ର, ପ୍ରସନ୍ନ ଦାସ, ଲକ୍ଷ୍ମୀକାନ୍ତ ଖମାରୀ, ଯୋଗେନ୍ଦ୍ର ମିଶ୍ର, ସଞ୍ଜୁ ଦାସ ପ୍ରମୁଖ ପୂଜକ ଭାବେ କାର୍ଯ୍ୟ ତୁଳାଇଥିବା ବେଳେ କର୍ତ୍ତା ଭାବେ ଉଦ୍ଧବ ବେହେରା ଓ ତାଙ୍କ ସହ ଧର୍ମିଣୀ ପୂର୍ଣ୍ଣିମା ବେହେରା, ଲିପକ ସ୍ୱାଇଁ ଓ ତାଙ୍କ ସହଧର୍ମିଣୀ ଗୀତାଞ୍ଜଳି ସ୍ୱାଇଁ, ଝସକେତନ ମେହେର ଓ ତାଙ୍କ ସହଧର୍ମିଣୀ ପୂର୍ଣ୍ଣମୀ ମେହେର ପ୍ରମୁଖ କାର୍ଯ୍ୟନିର୍ବାହ କରିଥିଲେ । ଏହି ପ୍ରତିଷ୍ଠା ଉତ୍ସବରେ ଅଧିକ୍ଷଣ ଯନ୍ତ୍ରୀ ସିତ୍ରାପ୍ସଶୁ ଶେଖର ଦାସ, ଏଇ ରାଧେଶ୍ୟାମ ମେହେର, କେଶବ ସିଂ, ରଜତ କୁମାର ମଢେଇ, ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ପାଣି ପଞ୍ଚାୟତ ସଭାପତି ମଂଜେସ ମେହେର, କ୍ଷୀତିସୂତା ମେହେର, ଜଳଧର ମେହେର, ପୂର୍ବତନ ଭୁସଲାଡ଼ ସରପଞ୍ଚ ଯୁବରାଜ ବେହେରା, ପୂର୍ବତନ ସମିତି ସଭ୍ୟ ପଙ୍କ ସାହୁ ପ୍ରମୁଖଙ୍କ ସହ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.