କୋଶଳ କଳାମଣ୍ଡଳ ଉନ୍ନତିକରଣ ଏବଂ ମହାରାଜ ରାଜେନ୍ଦ୍ର ନାରାୟଣଙ୍କ ପ୍ରତିମୁର୍ତ୍ତି ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେବାଳୟ ଏବଂ ଐତିହ୍ୟ ସୁରକ୍ଷା କମିଟି ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅନୁପସ୍ଥିରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । କୋଶଲ କଳାମଣ୍ଡଳ ବଲାଙ୍ଗିର ଦେଶ ସ୍ୱାଧିନ ହେବା ପୂର୍ବରୁ ପାଟଣା ରାଜ୍ୟର ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ର୍ବମାନର ଉପମୁଖ୍ୟମନ୍ତ୍ରୀ ମହାରାଜ କନକ ବର୍ଦ୍ଧନ ସିଂଦେଓଙ୍କ ପ୍ରଣିତା ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ ଏକଦା ଓଡିଶା କଳା, ସାହିତ୍ୟ ଓ ସଂସ୍କୃତିର ସ୍ୱାକ୍ଷର ବହନ କରିଥିଲା । ପରିତାପର ବିଷୟ ଯେ ଏହି କଳା କେନ୍ଦ୍ର ଚରମ ଅବହେଳାର ଶିକାର ହୋଇଛି । ରାଜ୍ୟ ସମ୍ମିଶ୍ରଣ ପରେ ଏହର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ଓଡିଶା ସରକାରଙ୍କ ଉପରେ ନ୍ୟସ୍ତ ଅଛି । କୋଶଳ କଳାମଣ୍ଡଳ ସହର ମଝିରେ ୭ ଏକର ୨୦୦ ଡିସିମିଲ ପରିମିତ ଜମିରେ ଗଢିଉଠିଥିଲା । ଏବେ ଏହାର ଏକର ଏକର ଜମି ଜବର ଦଖଲ ହୋଇସାରିଛି । କଳାମଣ୍ଡଳକୁ ଜବର ଦଖଲ ମୁକ୍ତ କରାଯାଉ । କୋଶଳ କଳା ମଣ୍ଡଳର ପୁରୁଣା ମଂଚ ହେଉଛି ମୂଳମଂଚ । ଏହି ମଂଚ ବଲାଙ୍ଗିର ଓ ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତି ମୁକସାକ୍ଷୀ । ତେଣୁ ମର୍ଯ୍ୟାଦା ଦୃଷ୍ଟିରୁ ଏହାକୁ କେବଳ କଳା, ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉ । ପ୍ରଶାସନ ଏହାକୁ ଅନ୍ୟ କୌଣସି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ନ କରୁ । କୋଶଳ କଳାମଣ୍ଡଳ ପଡିଆର ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ପରିଚାଳନା ବ୍ୟବସ୍ଥା ଗ୍ରହଣ କରାଯାଉ । ଯେଉଁଥିରେ ଜନ ପ୍ରତିନିଧିମାନଙ୍କ ପ୍ରତିନିଧିତ୍ୱ ମଧ୍ୟ ରହିବ । କୋଶଳ କଳାମଣ୍ଡଳରେ ଯେତିକି ସରକାରୀ ଅନୁଦାନ ଖର୍ଚ୍ଚ ହେଉଛି, ଜନ ସାଧାରଣଙ୍କ ଅବଗତି ନିମନ୍ତେ ତାକୁ ସୁଚନାଫଳକରେ ସୁଚିତ କରାଯାଉ । ୧୯୯୯ ମସିହାରେ କୋଶଳ କଳାମଣ୍ଡଳ କମିଟି ଗଠନ କରାଯାଇଥିଲା । ତାହା ଅଦ୍ୟାବଧି ରହିଛି । କମିଟିର ସଦସ୍ୟମାନଙ୍କ ମଧ୍ୟରୁ କାହାର ଦେହାନ୍ତ ହୋଇ ଗଲାଣିତ କିଏ ଇସ୍ତଫା ଦେଲେଣି ତ କିଏ ସ୍ୱାସ୍ଥ୍ୟଗତ କାରଣ (ଅତ୍ୟନ୍ତ ବୃଦ୍ଧାବସ୍ଥା) ରୁ ସଭାକୁ ଆସିପାରୁ ନାହାନ୍ତି । ତଥାପି କମିଟି କାର୍ଯ୍ୟକାରି ରହିଛି । ତେଣୁ ଦାବି କରାଯାଉଅଛି ଯେ କଳାମଣ୍ଡଳ କମିଟିର ପୁନର୍ଗଠନ କରାଯାଉ । କୋଶଳ କଳାମଣ୍ଡଳ ଠାରେ ଅତ୍ୟାଧୁନିକ ଅଡିଟୋରିୟମ ଟିଏ ନିର୍ମାଣ କରାଯାଉ । କୋଶଳ କଳାମଣ୍ଡଳ କମିଟିର ବିନା ଅନୁମୋଦନରେ କେତେକ ସ୍ୱେଚ୍ଛାଚାରି ନିଯୁକ୍ତି ଦିଆଯାଇଅଛି । ଆହୁରି ମଧ୍ୟ ଏଥିରେ ନିଯୁକ୍ତି ଜନୀତ କୌଣସି ବିଧି ବ୍ୟବସ୍ଥା ଅବଳମ୍ବନ କରାଯାଇ ନାହିଁ । ଏତଦ୍‌ ଜନୀତ ବ୍ୟତିକ୍ରମର ତଦନ୍ତ କରାଯାଇ ଏହି ବେନିୟମ ନିଯୁକ୍ତିକୁ ରଦ୍ଦ କରି ଏପରି କାର୍ଯ୍ୟ କରିଥିବା ଅଧିକାରୀଙ୍କ ଉପରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କୋଶଳ କଳାମଣ୍ଡଳର ପ୍ରତିଷ୍ଠାତା ମହାରାଜ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ପ୍ରତିମୂର୍ତି କଳାମଣ୍ଡଳ ପଡିଆରେ ସ୍ଥାପନ କରାଯାଉ । ଆଜିର ପ୍ରତିନିଧି ମଣ୍ଡଳିରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର, ଉପ-ସଭାପତି ପ୍ରଶାନ୍ତ ମହାକୁର, ସଂପାଦକ ନରେନ୍ଦ୍ର କବାଟ ଓ କମିଟି ସଦସ୍ୟ ସୁରେନ୍ଦ୍ର ନେଗୀ, ସଚ୍ଚିକାନ୍ତ ନାଏକ ଓ କୋଷାଧ୍ୟକ୍ଷ ରିଣ୍ଟୁ ସାହୁ ଦାବି ପ୍ରଦାନ କରିଥିଲେ ।

Leave A Reply

Your email address will not be published.