centurian jitm

ସଂସଦରେ ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

nschool

ନୂଆଦିଲ୍ଲୀ : ସଂସଦରେ ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ୍‌ ମୋଦୀ ଖୁସିବ୍ୟକ୍ତ କରିବା ସହିତ କହିଛନ୍ତି ଯେ, ‘ଦେଶର ଦରିଦ୍ର ସୀମାରେଖା ତଳେ ଥିବା ବ୍ୟକ୍ତି, ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ତଥା ମଧ୍ୟବିତ୍ତ ପରିବାରର ସ୍ୱପ୍ନ ପୂରଣ କରିବ । ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ଏହି ବଜେଟ୍‌ ମୂଳଦୁଆ ପକାଇଛି । ଏହି ବଜେଟ୍‌ ବିଭିନ୍ନ କ୍ଷେତ୍ରରେ ବଞ୍ଚିତ ବ୍ୟକ୍ତି ବିଶେଷଙ୍କୁ ବିଶେଷ ସହାୟକ’ । ବଜେଟ୍‌କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଭିତ୍ତିଭୂମି କ୍ଷେତ୍ରରେ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ଦେଶ ବିକାଶରେ ନୂଆ ଦିଶା ଦେଖାଇବ । ବିକଶିତ ଭାରତ ଗଢିବାକୁ ସରକାର ମଧ୍ୟବିତ୍ତ ପରିବାରକୁ ସଶକ୍ତ କରିବା ଦିଗରେ ବିଶେଷ ଦୃଷ୍ଟି ଦେଉଛନ୍ତି’ ।

୨୦୨୩-୨୪ ବଜେଟରେ ସବୁଠାରୁ ବଡ ଘୋଷଣା ଯାହାକି ଆୟ କର ସୀମାକୁ ନେଇ ହୋଇଛି । ପୂର୍ବରୁ ଆୟ କର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ କରାଯାଉଥିବା ବେଳେ ଏବେ ତାହାକୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଅର୍ଥାତ୍‌ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି କର ଲାଗୁହେବ ନାହିଁ ।

Leave A Reply

Your email address will not be published.