oum

ଆସନ୍ତା ମହିଳା ଦିବସ ଉପଲକ୍ଷେ ଲେଡିଲାୟନର ଖେଳ ପ୍ରତିଯୋଗିତା

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ମହିଳା ଦିବସ ଉପଲକ୍ଷେ ମହିଳା ସଂଗଠନ ଲେଡିଲାୟନ ତରଫରୁ ଝିରପାଣି ସ୍ଥିତ ସାଇନିଂ ପଡିଆ ଠାରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବନ୍ଦିତା ମାହତୋ, ଉପସଭାପତି ଚିଲିକା ସାହୁ ଓ ସାଧାରଣ ସଂପାଦିକା ଗୌରୀ କୁମ୍ଭାରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କରାଟେ ପ୍ରଶିକ୍ଷକ ସତ୍ୟବାନ୍ ସାହୁ, ସମାଜସେବୀ ପରଭେଜ ଅରୋରା, ଗୌତମ ମିଶ୍ର, ଆଲ୍ଲାଦିନୀ ହୋତା, ଗ୍ରେସୀ ଡେଭିଡ, ସୁଲତା ପତି, ପ୍ରଭା ଖାଲକୋ, ଛବିରାଣୀ ଅରୋରା, ଜ୍ୟୋସ୍ନା ନନ୍ଦ, ରବି ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଗୃପର ମହିଳାଙ୍କ ମଧ୍ୟରେ ଦୌଡ, ଚାମୁଚ, ମ୍ୟୁଜିକାଲ ଚେୟାର, ରଶି ମାଧ୍ୟମରେ ବଳ କଷାକଷି, ଧୀର ସାଇକେଲ ଚାଳନା ପ୍ରତିଯୋଗିତା କରାଯାଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମହିଳା ଦିବସ ଦିନ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତୀ ବେହେରା, ହୀରା ନନ୍ଦ, ପ୍ରତିମା ଷଡଙ୍ଗୀ, ଲକ୍ଷ୍ମୀ ସ’, ମିତାଲି ମଣ୍ଡଳ, କର୍ମିଲା, ମୌସୁମୀ ହୋତା, ମଞ୍ଜରୀ ବେହେରା, ରଶ୍ମିବାଳା ମହନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.