ସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହୃଷିକେଶ ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ସ୍କୁଲ ପରିଚାଳନା କମିଟି ସଭାପତି ବନବସ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରି ଉଦ୍‌ଘାଟନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମାନସିକ ଓ ଶାରିରୀକ ଦକ୍ଷତା ବୃଦ୍ଧି ପାଇଁ କ୍ରୀଡ଼ାର ଆବଶ୍ୟକତା ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଏଥିରେ ଉଭୟ ଛାତ୍ରଛାତ୍ରୀଙ୍କ ବିଭିନ୍ନ ବର୍ଗର ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଦଉଡ଼, ରଶି ଡିଆଁ, ବାଲାନ୍‌ସ ରେସ୍ ପ୍ରଭୃତି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା ଓ ଆସନ୍ତା ବାର୍ଷିକ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ବାଗ ସୂଚନା ଦେଇଥିଲେ । ସହକାରୀ ଶିକ୍ଷକ ସୁଦାମ କନ୍ଧେର, ଡେଜଲିଂ ଦନ୍ତା, ସୋତମ ଛତର, ସ୍ୱେଚ୍ଛାସେବୀ ଶିକ୍ଷୟିତ୍ରୀ କୋଶଲ୍ୟା ପ୍ରଧାନ ଓ ତପସ୍ୱିନୀ ପାଣ୍ଡେଙ୍କ ସମେତ ଶ୍ରବଣ କୁମାର, ପପୁ, ଲିଙ୍ଗ ଷଡ଼ଙ୍ଗୀ, ପୁସ୍ତମ ପ୍ରମୁଖ ଗ୍ରାମର ଯୁବଗୋଷ୍ଠୀ ପ୍ରତିଯୋଗିତା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.