ହେପି କ୍ଲବ୍ ଆନୁକୂଲ୍ୟରେ ରେମ୍ପ ୱାଲ୍‌କ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗେଟ ସରୋବରପଡାରେ ବହୁ ଆନନ୍ଦ ଓ ଉଲ୍ଲାସରେ ହେପି କ୍ଲବ୍ ଆନୁକୂଲ୍ୟରେ ୩୧ ଡିସେମ୍ବର ରାତିରେ ରେମ୍ପ ୱାଲ୍‌କ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅଥିତି ରୂପେ ୧୦ ନମ୍ବର‌‌ ୱାର୍ଡ କାଉନସିଲର କିଶୋର କୁମ୍ଭାର ଯୋଗ ଦେଇଥିଲେ । ରେମ୍ପ ୱାଲ୍‌କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପ୍ରିୟଙ୍କା ନାଗ, ଦ୍ୱିତୀୟ ସ୍ଥାନ ନିନିମା ହରପାଲ ଓ ତୃତୀୟ ସ୍ଥାନ ଲୋଟସ କୁମ୍ଭାରଙ୍କୁ ପୁରସ୍କାର ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୁନା ହରପାଲ ଓ ଷ୍ଟାର ମୋଭି ୟୁଟୁବ ଚେନାଲ ପ୍ରଯୋଜକ ମାନସ ହରପାଲ, ନିର୍ଦ୍ଦେଶକ ଏସ୍. କୁମାର ଓ ଅଜୟ ନାଗ ବେଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.