ls

ତହସିଲରେ ବାଲିଘାଟ ନିଲାମ ଘଟଣା : ଲିଜ୍‌ଧାରୀଙ୍କ ମଧ୍ୟରେ ପ୍ରତିଯୋଗିତା ଯୋଗୁଁ ବଢୁଛି ଦର, କ୍ଷତି ସହୁଛନ୍ତି ସାଧାରଣ ଲୋକେ

sb

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲ ଅଞ୍ଚଳରେ ବାଲିଘାଟ ନିଲାମ ସମୟରେ ଲିଜ୍‌ଧାରୀଙ୍କ ମଧ୍ୟରେ ପ୍ରତିଯୋଗିତା ଯୋଗୁଁ ସାଧାରଣ ଲୋକେ କ୍ଷତି ସହୁଛନ୍ତି । ଲିଜ୍‌ଧାରୀମାନେ ମଧ୍ୟ ଲିଜ୍ ହାତେଇ ନେବା ପରେ ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା ଲକ୍ଷ୍ୟ କରାଯାଇଛି ।

ପ୍ରକାଶଯୋଗ୍ୟ ଯେ, ସୋନଗଡ଼ ନଦୀରୁ ଭଲ ମାନର ବାଲି ମିଳୁଥିବାରୁ ତହସିଲ ବାହାରକୁ ପ୍ରତିବର୍ଷ ଶହ ଶହ ଟ୍ରିପ ଚାଲାଣ ହୋଇଥାଏ । ପ୍ରତି ୫ ବର୍ଷରେ ଥରେ ତହସିଲ ପକ୍ଷରୁ ଏହାକୁ ନିଲାମ କରାଯାଏ । ବାଲି ଠିକାଦାରଙ୍କ ପ୍ରତିଯୋଗିତା ଯୋଗୁଁ ବାଲିର ଅଯଥା ମୂଲ୍ୟ ବୃଦ୍ଧି ହେଉଛି । ଏହା ଦ୍ୱାରା ସାଧାରଣ ଲୋକମାନେ ବହୁ ମୂଲ୍ୟ ଦେଇ ବାଲି କିଣୁଛନ୍ତି । ଅନେକ ସମୟରେ ଲିଜ୍‌ଧାରୀମାନେ କମ୍‌ ମୂଲ୍ୟରେ ବିକ୍ରୟ କରିବା ପାଇଁ ବାଲି ଚୋରା ଚାଲାଣ କରୁଛନ୍ତି । କଛାରପାଲି ଘାଟରୁ ବାଲି ଉଠାଇବା ପାଇଁ ୧ କ୍ୟୁବିକ୍ ମିଟରକୁ ୩୭ ଟଙ୍କା ସରକାରୀ ଦର ଧାର୍ୟ୍ୟ କରାଯାଇଥିଲା । ହେଲେ ଲିଜ୍‌ଧାରୀମାନଙ୍କ ପ୍ରତିଯୋଗିତା ଯୋଗୁଁ କ୍ୟୁବିକ ମିଟର ପ୍ରତି ୩୫୧ ଟଙ୍କାରେ ନିଲାମ ହୋଇଥିଲା । ଆଇନ ଅନୁସାରେ ବାଲି ବିକ୍ରି କରାଗଲେ ଗୋଟିଏ ଟ୍ରାକ୍ଟର ଟ୍ରଲିରେ ୩ କ୍ୟୁବିକ ମିଟର ବାଲି ରହିବ । ଏହି ହିସାବରେ ଟ୍ରାକ୍ଟର ପ୍ରତି ହଜାରେରୁ କିଛି ଅଧିକ ଟଙ୍କା ସର୍ବନିମ୍ନ ମୂଲ୍ୟ ହେବ ସରକାରୀ । ନିୟମ ଅନୁସାରେ ବାର୍ଷିକ ୨ହଜାର କ୍ୟୁବିକ ମିଟର ବାଲି ଉଠାଇ ପାରିବେ । ପ୍ରତି ୱାଇଫର୍ମ ମାଧ୍ୟମରେ ସରକାର ହିସାବ କରିବା ବ୍ୟବସ୍ଥା ଅଛି । ଫଳରେ ସରକାରୀ ହିସାବକୁ ଫାଙ୍କିବା ପାଇଁ ସମଲେଶ୍ୱରୀ ପୂଜା ଚାନ୍ଦା ଆଦାୟ କରିବା ରସିଦ ବହି ବ୍ୟବହାର କରିବାକୁ ଲିଜ୍‌ଧାରୀମାନେ ବାଧ୍ୟ ହେଉଛନ୍ତି ବୋଲି ଶୁଣିବାକୁ ମିଳୁଛି ।

pc pk
Leave A Reply

Your email address will not be published.