ଆନ୍ତଃ ବିଦ୍ୟାଳୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା

ରେଙ୍ଗାଲି : ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଲହଣ୍ଡା ଉଚ୍ଚ ବିଦ୍ୟାଳୟ ଓ ଅତାବିରା ନୋଡାଲ ବିଦ୍ୟାଳୟ ମଧ୍ୟରେ ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ହରପାଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଏହି ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ କରିବା ସହିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । କେବଳ ଶିକ୍ଷକ ଲବ ସାହୁ ଓ ଲହଣ୍ଡା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ କିଶୋର ଚନ୍ଦ୍ର ପ୍ରଧାନ ଖେଳାଳିମାନଙ୍କୁ ଖେଳିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ । କୁଲୁଣ୍ଡା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ରବି ନାରାୟଣ ପ୍ରଧାନ ଏହାର ପରିଚାଳନା କରିଥିଲେ । ଲହଣ୍ଡା ଦଳ ୪-୦ ଗୋଲରେ ବିଜୟୀ ହୋଇଥିଲେ । ବିଜୟୀ ଦଳଙ୍କୁ ୱିନର ଟ୍ରଫି ଓ ଅତାବିରା ଦଳକୁ ରନର ଟ୍ରଫି ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ଦର୍ଶକ ଭାବରେ ଏହି ଖେଳକୁ ଉପଭୋଗ କରିଥିଲେ । ଏହି ଖେଳ ବହୁ ଚିତ୍ତାକର୍ଷକ ଓ ମନୋରଞ୍ଜନ ପୂର୍ଣ୍ଣ ହୋଇପାରିଥିଲା । ଖେଲାଳି ଛାତ୍ର ମାନେ ମଧ୍ୟ ଅତ୍ୟନ୍ତ ଆଗ୍ରହ ମନଯୋଗ ସହକାରେ ଖେଳିଥିଲେ ।

Leave A Reply

Your email address will not be published.