ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳନ ଅବସରରେ ପତିତ ପାବନ ଏକାଡେମୀ ସଭାଗୃହରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝିଙ୍କ ତତ୍ତ୍ଵାବଧାନରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । “ଆମ ଉତ୍କଳ ଯେପରି ପ୍ରାଚୀନ, ଆମ କଳା କାରିଗରୀ ମଧ୍ୟ ସେପରି ଉନ୍ନତ” ବିଷୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହଭରିତ ଭାବରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ବିନ୍ଦିଆ ବେହେରା (ବିଶ୍ଵାତ୍ମା ବିଦ୍ୟା ମନ୍ଦିର, ବଲାଙ୍ଗିର) ପ୍ରଥମ, ଦିବ୍ୟାଂଶି ପ୍ରିୟଦର୍ଶିନୀ (ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପା) ଦ୍ୱିତୀୟ, ଓ ସ୍ଵସ୍ତି ଅମୃତା ମହାନ୍ତି (ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପା) ଓ ଇଚ୍ଛାମୟ ମିଶ୍ର (ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବଲାଙ୍ଗିର) ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଥିଲେ । ବିଜେତାମାନଙ୍କୁ ଆସନ୍ତା ୦୧ ଏପ୍ରିଲରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଶସ୍ତିପତ୍ର ଓ ପୁରସ୍କାର ପ୍ରଦାନ କରାଯିବ । ବିଚାରକ ଭାବେ ଶୁଭ୍ରାଂଶୁ ଶେଖର ପଣ୍ଡା, ପ୍ରେମଚାନ୍ଦ ମହାନ୍ତି ଓ ବିରେନ୍ଦ୍ର ଝାଙ୍କର ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ପୁରୁଷୋତ୍ତମ ମୁନା, କେଶବ ବାଗ ଓ ତପନ କୁମାର ପଟେଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।