ବଲାଙ୍ଗିର, (କେପିଏନ୍ଏସ୍) : ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମର ଆପୋଷହୀନ ଧାରାର ବଳିଷ୍ଠତମ ଅଭିବ୍ୟକ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ନେତାଜୀ ଜୟନ୍ତୀ ପାଳନ କମିଟି ବଲାଙ୍ଗିର ଉଦ୍ୟୋଗରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର ଠାରେ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତାଜୀଙ୍କ ଜୀବନ ସଂଗ୍ରାମ ଆଧାରିତ ସାଧାରଣ ଜ୍ଞାନ, ବକ୍ତୃତା (ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କର ଭୂମିକା), ଚିତ୍ରାଙ୍କନ (ମାନବ ଜୀବନରେ ବୃକ୍ଷର ଆବଶ୍ୟକତା ), ଦେଶାତ୍ମବୋଧକ ସଂଗୀତ ଆଦି ବିଭିନ୍ନ ଧରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗୀତ ପ୍ରତିଯୋଗିତାର ବିଚାରକ ଭାବରେ ସାୟେଦ ଅପ୍ତାଭ ହୁସେନ, ବିଜୟ ମହାପାତ୍ର, ବିଶିଷ୍ଟ ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ ଏବଂ ବକ୍ତୃତା ପ୍ରତିଯୋଗିତାର ବିଚାରକ ଭାବରେ ଅଧ୍ୟାପିକା ଡକ୍ଟର ରମଣୀ ନାଏକ , ଶିକ୍ଷକ ଗିରିଶ ଚନ୍ଦ୍ର ସା, ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀଧର ସାମଲ ଯୋଗ ଦେବା ସହିତ ଏଆଇଡିଏସଓ ର ଜିଲ୍ଲା ସମ୍ପାଦକ ଗୌରୀ ରାଉତ, ସଭାପତି ମଧୁସୂଦନ ବାଗ ସଂଯୋଜନା କରିଥିଲେ ।