mahavir

ଉଦଯାପିତ ହେଲା ବଲାଙ୍ଗିର ଫ୍ରେଣ୍ଡ ବ୍ଲକର ତୃତୀୟ ପୁଟବଲ ପ୍ରତିଯୋଗିତା

  • ୪-୦ ଗୋଲରେ ଝାରସୁଗୁଡାକୁ ହରାଇ ବରଗଡ ଚମ୍ପିୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ଠାରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ତୃତୀୟ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତୀଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ କ୍ଲବର ସଭାପତି ଲୋଟସ ସଡଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ-ଅତିଥି ଭାବରେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗିର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ଟାଉନ ଥାନା ଅଧିକାରୀ ଅବନି ସାହୁ, ଡିପିଇଓ ପ୍ରଦୀପ ପାତ୍ର, ବିଜେପି ବରିଷ୍ଠ ନେତା ଗୋପାଲଜୀ ପାଣିଗ୍ରାହୀ, ସାଂସଦଙ୍କ ନୋମିନୀ ଦୀନେସ ଶର୍ମା ଓ କ୍ଲବର ସାଧାରଣ ସଂପାଦକ ଜଗନ୍ନାଥ ମିଶ୍ର ମଂଚାସିନ ଥିଲେ । ଏହି ଫାଇନାଲ ଖେଳକୁ ସନଜନ କୁଦେଇ, ସୁଦରର୍ଶନ ସେଠ୍‌, ଅବଦୁଲ ମୁଜିବ, ଜ୍ୟୋତି ମହାନନ୍ଦ ଖେଳକୁ ପରିଚାଳନା କରିଥିବା ବେଳେ ମ୍ୟାଚ କମିସନର ଭାବରେ ସୁନୀଲ ଚନ୍ଦ୍ର ବିଶ୍ୱାଳ ରହିଥିଲେ । ସାଂସଦ ଶ୍ରୀମତୀ ସିଂହ ଦେଓଙ୍କୁ ଲୋକସଭା ସଂସଦୀୟ ଶ୍ରେଷ୍ଠ ୨୦୨୫ ମାନ୍ୟତା ପାଇଥିବାରୁ ତାଙ୍କୁ ଏହି ଅବସରରେ କମିଟୀ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏବଂ ଦୀର୍ଘ ବର୍ଷ ତଥା ସର୍ବ ପୁରାତନ ପଡିଆ ପୃଥ୍ୱୀରାଜ ହାଇସ୍କୁଲ ପଡିଆକୁ ଉନ୍ନତୀ ପାଇଁ କ୍ଲବ ପକ୍ଷରୁ ଦାବି କରାଯାଇଥିଲା । ଏହି ଦାବିକୁ ଗ୍ରହଣ କରି ଆଗାମୀ ଦିନରେ ଏହି ଖେଳ ପଡିଆକୁ ସାଂସଦ ପାଣ୍ଠିରୁ ଆନ୍ତର୍ଜାତୀୟ ପଡିଆ ଭଳି ତିଆରି କରାଯିବ ବୋଲି ଖେଳ ପଡିଆର ସଧାରଣ ସଭାରେ ପ୍ରତିଶୃତି ଦେଇଥିଲେ ସାଂସଦ ଶ୍ରୀମତୀ ସିଂହଦେଓ । ଚଳିତ ବର୍ଷର ଖେଳରେ ପଡିଆର ଉନ୍ନତୀ କରଣ ଓ ସାହାର୍ଯ୍ୟକୁ ନେଇ ପୌରାଧ୍ୟକ୍ଷା ଲିକା ସାହୁ ଓ ପୌରନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କୁ ମଂଚାସୀନ ଅତିଥିମାନଙ୍କ ସମ୍ମୁଖରେ ଧନ୍ୟବାଦ ସହ ପୌରପରିଷଦର କର୍ମଚାରୀମାନଙ୍କୁ ଅତିଥୀମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ଫାଇନାଲ ଖେଳରେ ଝାରସୁଗୁଡା ଦଳକୁ ବରଗଡ ଦଳ ୪-୦ ଗୋଲ ଦେଇ ବରଗଡ ଦଳ ବିଜୟୀ ହୋଇଥିଲା । ବରଗଡ ଦଳ ଚମ୍ପିଆନ ଟ୍ରଫି ସହ ୫୦ ହଜାର ନଗଦ ଟଙ୍କା ପାଇଥିବା ବେଳେ ଝାରସୁଗୁଡା ଦଳ ଟ୍ରଫି ସହ ୩୦ ଜହାର ଟଙ୍କା ନଗଦ ପାଇ ଉପ-ବିଜେତା ହୋଇଥିଲା । ଏହି ଖେଳରେ ମ୍ୟାନ ଅପଦି ସିରିଜ ଝାରସୁଗୁଡା ଦଳର ପ୍ରହ୍ଲାଦ ଓରା ପାଇଥିବା ବେଳେ ମ୍ୟାନଅପଦି ମ୍ୟାଚ ବରଗଡ ଦଳର ବିଦେଶୀ ଖେଳାଳି ମୁନଡେ ପାଇଥିଲେ । ଉଦ୍‌ଯାପନୀ ଦିନରେ ଲଟରୀ ଉଠାଣରେ ଡୁମେରପାଲିର ଉଜ୍ଜଳ ବେହେରା ଏକ ସାଇକେଲ ଅତିଥିମାନଙ୍କ ଦ୍ୱାର କମିଟୀ ପକ୍ଷରୁ ଦିଆଯାଇଥିଲା । ବିଶିଷ୍ଠ କ୍ରୀଡାବିତ ଜିଲ୍ଲା କ୍ରୀଡା ସାଂସଦର ଫୁଟବଲ ସମ୍ପାଦକ ଶରତ କୁମାର ନନ୍ଦ, ମ୍ୟାଚ-କମିଶନର ସୁନିଲ ଚନ୍ଦ୍ର ବିଶ୍ୱାଳ, କ୍ରୀଡା ସାଂସଦର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଲୁଇସିଂହା ବିଧାୟକ ରମାକାନ୍ତ ସେଠ୍, କ୍ରୀଡା ସାଂସଦର କୋଷାଧ୍ୟକ୍ଷ ହେମନ୍ତ ବେହେରା, ଜାତୀୟ ବେଡମିଣ୍ଟନ ଖେଳାଳି ସୌରଭ ପଟେଲଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ପବିତ୍ର ଖୁଣ୍ଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, ଆକାଶ ମିଶ୍ର, କିଶୋର ଦଣ୍ଡସେନା, ମନୋଜ କୁମାର ମିଶ୍ର, ପୃଥ୍ୱୀରାଜ ବରାଡ, ଦେବେନ ପାତ୍ର, ପୂର୍ଣ୍ଣ ତ୍ରିପାଠୀ, ଟିକୁ ପରିଚ୍ଛା, ସନତ ତ୍ରିପାଠୀ, ଜତୀନ୍ଦ୍ର ମିଶ୍ର, ଅରୋରଞ୍ଜନ ମହାପାତ୍ର, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ସରୋଜ ସାହୁ, ରାମ ନାଏକ, ସୋନୁ ପଟ୍ଟନାୟକ, ନିତ୍ୟ ପଧାନ, ସରୋଜ ସାହୁ, ବିକାଶ ସା, ବିଦ୍ୟା ସାହୁ, ପ୍ରଦୀପ ସାହୁ, ଅରୁଣ ପଧାନ, ଶୁସାନ୍ତ ନେଗୀ ପ୍ରମୁଖ ସହେଯାଗ କରିଥିବା ବେଳେ ଶହସ୍ରାଧୀକ ଦର୍ଶକ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସହିତ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.