ବଲାଙ୍ଗିର, (କେପିଏନ୍ଏସ୍) : ଜେ ଏସ୍ ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ବଲାଙ୍ଗିର ଟାଉନ ହାଇସ୍କୁଲ ଖେଳ ପଡିଆଠାରେ ସକାଳ ୮ଘଣ୍ଟା ସମୟଠାରୁ ଆରମ୍ଭ ହୋଇଯାଇଛି । ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୌରଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ସିଏ ଶ୍ରୀକାନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସଭାପତି ପିତବାସ ପଣ୍ଡା ଓ ସମ୍ମାନିତ ଅତିଥି ଭାବରେ ଶତ୍ରୁଘ୍ନ ସିଂ, ପୁର୍ବତନ ସଭାପତି ଓଡିଶା କ୍ରୀକେଟ ଏସୋସିଏସନ, ବଲାଙ୍ଗିର କ୍ରୀଡା ଏସୋସିଏସନ ଯୋଗଦେଇଥିଲେ । ଅଧ୍ୟାପିକା ଏ ବି ରାମ ଲିପସା ସଂଯୋଜନା କରିଥିବାବେଳେ ପ୍ରଧାନଶିକ୍ଷୟିତ୍ରୀ ଡ. ମନସ୍ମିତା ମିଶ୍ର ଓ ବିଦ୍ୟାଳୟର କ୍ରୀଡା ଶିକ୍ଷକ ନିରୋଜ ମିଶ୍ର ତତ୍ତ୍ୱାବଧାନରେ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କ୍ରୀଡା ପ୍ରତିଯୋଗିତା ପରିଚାଳିତ ହୋଇଥିଲା । ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି କହିଲେ କ୍ରୀଡା ଛାତ୍ରଛାତ୍ରୀ ଜୀବନରେ ନିତାନ୍ତ ଆବଶ୍ୟକ ପୁଣି ଏହା ଶିକ୍ଷାର ଏକ ଅଂଶ ଅଟେ । ସଭାରେ ସମସ୍ତ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବାଳକ ବର୍ଗରେ ରମ୍ୟ ପ୍ରକାଶ ଖମାରି ଓ ବାଳିକା ବର୍ଗରେ ଇଶିକା ଅଗ୍ରୱାଲ ଚାମ୍ପିୟନ ହୋଇଥିଲେ ।