ବ୍ଲକ ସ୍ତରୀୟ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା

  • “ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ସକାରାତ୍ମକ ପରିବେଶ ସମାଜର ପ୍ରତ୍ୟେକ ଲୋକଙ୍କର ଦାୟିତ୍ୱ”

ବଲାଙ୍ଗିର, (କେପିଏନ୍‌ଏସ୍‌) :ସମଗ୍ର ଶିକ୍ଷା ବଲାଙ୍ଗିର ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ପିପି ଏକାଡେମୀ ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ବ୍ଲକ ସ୍ତରୀୟ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ସମାରୋହ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ, ମୁଖ୍ୟବକ୍ତା ଭାବେ ପି ପି ଏକାଡେମୀର ପ୍ରଧାନ ଶିକ୍ଷକ ଦ୍ଵିତୀ ରଞ୍ଜନ ମହାଲିଙ୍ଗ,ସମ୍ମାନିତ ଅତିଥି ରୂପେ ଏବିଇଓ ସନ୍ଧ୍ୟାରାଣୀ ଧରୁଆ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟେଲ ନିଜ ବକ୍ତବ୍ୟରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି କେବଳ ବିଦ୍ୟାଳୟ କିମ୍ବା ପରିବାରର ନୁହେଁ ସମାଜର ପ୍ରତ୍ୟେକ ଲୋକଙ୍କର ଦାୟିତ୍ୱ । ସମାଜ ଯଦି ସେମାନଙ୍କ ପାଇଁ ସୁଯୋଗ, ସ୍ୱୀକୃତି ଓ ସମ୍ମାନ ଦେଉଛି ତେବେ ପ୍ରତ୍ୟେକ ଦିବ୍ୟାଙ୍ଗ ଶିଶୁ ସଫଳତା, ସ୍ୱାଭିମାନ ଓ ସମ୍ପୂର୍ଣ୍ଣତାର ଶିଢ଼ି ଚଢି ପାରିବେ ବୋଲି କହିଥିଲେ । ଏହି ଅବସରରେ ଆୟୋଜିତ ଜୁନିଅର ବିଭାଗର ସଂଗୀତ ପ୍ରତିଯୋଗିତାରେ ପ୍ରଥମ ବବିତା ତ୍ରିପାଠୀ, ଦ୍ଵିତୀୟ ଶିଳ୍ପୀ ସାହୁ ଏବଂ ତୃତୀୟ ପ୍ରାଚୀ ନାଏକ, ମ୍ୟୁଜିକ ଚେୟାରରେ ପ୍ରଥମ ସୁମନ୍ତ ବେହେରା, ଦ୍ଵିତୀୟ ଶିବ ରାଉତ, ତୃତୀୟ ଅଲିଶା ବାରିକ, ବକ୍ତୃତାରେ ପ୍ରଥମ ପ୍ରାଚୀ ସ୍ୱାଇଁ, ଦ୍ଵିତୀୟ ଖୁସି ବାଗ, ତୃତୀୟ ହେମନ୍ତ ପଧାନ, ଚାମଚ ଦୌଡ ପ୍ରତିଯୋଗିତାରେ ପ୍ରଥମ ରିତେଶ ବନଗୁଲା, ଦ୍ଵିତୀୟ ଆରୁଷି ପଟେଲ, ତୃତୀୟ ସ୍ଥାନ ଅଧିକାର କରିଥିଲେ ନିକିତା ମହାକୁର । ସିନିଅର ବିଭାଗର ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ଆରାଧ୍ୟା ବିଶି, ଦ୍ଵିତୀୟ ମୀରା ସାହୁ, ତୃତୀୟ ଅଙ୍କିତା ସୁନା ସେହିପରି ସଂଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଵାତି ବରାଡ଼, ଦ୍ଵିତୀୟ ଗୀତାଞ୍ଜଳି ଦୀପ, ତୃତୀୟ ଏସ.ବି ସାଇନି, ଚାମଚ ଦୌଡ ପ୍ରତିଯୋଗିତାରେ ପ୍ରଥମ ଜ୍ୟୋତିର୍ମୟୀ ଗଡତ୍ୟା, ଦ୍ଵିତୀୟ ବୈଷ୍ଣବ ଷାଣ୍ଢ, ମ୍ୟୁଜିକ ଚେୟାରରେ ପ୍ରଥମ ଅର୍ଚ୍ଚିତା ପଟେଲ, ଦ୍ଵିତୀୟ ସୋମନାଥ ତାଣ୍ଡି ଏବଂ ତୃତୀୟ ସ୍ଥାନ ସିଦ୍ଧି ମାଝୀ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷକ ମହାଦେବ ମେଶ୍ଵା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ସିଆରସିସି ହେମନ୍ତ ବେହେରା । ବ୍ଲକ ସାଧନକର୍ମୀ ସୁନିତ୍ରୀ ମିଶ୍ର ଓ ଗୋମତୀ ସାହୁ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଞ୍ଚଳ ତଥା ସଦର ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ତାଙ୍କ ଅଭିଭାବକ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସିଆର୍‌ସିସି ଗିରିଶ ରାମ ବେହେରା, ସନ୍ତୋଷ ସାହୁ, କବିତା ରାଣୀ ମିଶ୍ର, ମାନସ ମିଶ୍ର, ସୁଶ୍ରୀ ଶୁଭସ୍ମିତା ମାହାଣା, ସବ୍ୟସାଚୀ ଦାଶ, ଉମେଶ ନାଏକ, ବେଣୁଧର ମାଝୀ, ହେମନ୍ତ ବେହେରା, ବିନାୟକ ପଟେଲ, ଡୋଳାମଣି ଭୋଇ, ଅନିଲ ବରିହା, ଶେଖ ଅବଦୁଲ ଆଲାମ, ଶିକ୍ଷକ ସୁନୀଲ ମେହେର, ସତ୍ୟାନନ୍ଦ ବିଶ୍ୱାଳ, ରାଜକୁମାର ରଣା, ଶିକ୍ଷୟିତ୍ରୀ ଗୀତାଞ୍ଜଳି ମେହେର, ସସ୍ମିତା ତ୍ରିପାଠୀ ସହଯୋଗ କରିଥିଲେ ।

Leave A Reply

Your email address will not be published.