ଜୟ ଜଗନ୍ନାଥ କ୍ରିକେଟ ପ୍ରତିଯୋଗିତା : ସରେଇବାହାଲକୁ ହରାଇ ଲାଠୋର ଆରକେସିସି ଚମ୍ପିୟାନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଫୂଲଝର ଗ୍ରାମ ଖେଳ ପଡିଆରେ ରାଜୀବ କ୍ଲବ୍ ଆନୁକୂଲ୍ୟରେ ପଞ୍ଚମ ତମ କ୍ରିକେଟ ମ୍ୟାଚ୍ ଉଦ୍ୟାପିତ ହୋଇଯାଇଛି । ଏଥିରେ ସରେଇବାହାଲକୁ ହରାଇ ଲାଠୋର ଚମ୍ପିୟାନ ହୋଇଛି । ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁଶିଲ ଅଗ୍ରୱାଲ ଉପସ୍ଥିତ ରହି ବିଜେତା ଲାଠୋର ଦଳକୁ ନଗଦ ୧୫,୦୦୦ ଟଙ୍କା ଦେଇ ପୁରସ୍କୃତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗ୍ରାମର ହୃଦାନନ୍ଦ ପୁଟେଲ, ଭରତ ଶବର ଉପସ୍ଥିତ ଥିଲେ । ଏଥିରେ ମୋଟ୍ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ।ସେଥି ମଧ୍ୟରୁ ଲାଠୋର ଏବଂ ସରେଇବାହାଲ ଫାଇନାଲକୁ ଉନ୍ନତି ହୋଇଥିଲେ ।

Leave A Reply

Your email address will not be published.