ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଶକ୍ତି କ୍ଲବ କୁଇଜ ପ୍ରତିଯୋଗିତା

ରାମପୁର/ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଶକ୍ତି କ୍ଲବ କୁଇଜ ପ୍ରତିଯୋଗିତା ରାମପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶକ୍ତି ସଂରକ୍ଷଣ ଓ ସଦୁପଯୋଗ ପାଇଁ ସଚେତନତା ହେଉଛି ଶକ୍ତି କ୍ଲବର ପ୍ରମୁଖ ଲକ୍ଷ୍ୟ । ଶକ୍ତି କ୍ଲବ ଜରିଆରେ ବକ୍ତୃତା, ଗୀତ, କବିତା ପାଠ, ଚିତ୍ରାଙ୍କନ, ପଥପ୍ରାନ୍ତ ନାଟକ, ଶକ୍ତି ବ୍ୟବହାରର ହିସାବ ଆକଳନ ପରି ବିଭିନ୍ନ କାର୍ଯ୍ୟକ୍ରମ ବର୍ଷସାରା ଶକ୍ତି କ୍ଲବ ତରଫରୁ ଆୟୋଜନ କରାଯାଇଥାଏ । ସ୍ଥାନୀୟ ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ ତତ୍ୱାବଧାନରେ ହୋଇଥିବା ପ୍ରତିଯୋଗିତାରେ ଡୁଙ୍ଗୁରିପାଲି ବ୍ଲକର ୧୫ଟି କ୍ଲଷ୍ଟରର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଥିବା ଶକ୍ତି କ୍ଲବର ଚୟନୀତ ଛାତ୍ରଛାତ୍ରୀ ଭାଗ ନେଇ ନିଜର ପାରଦର୍ଶିତା ପ୍ରତିପାଦନ କରିଥିଲେ । ଶିକ୍ଷକ ବିଶ୍ୱସମ୍ରାଟ ଭୋଇ, ବଳଦେବ ସାହୁ, ବିଶ୍ଵାମିତ୍ର ଭୁଏ ଓ ଶିକ୍ଷୟିତ୍ରୀ ଇତିଶ୍ରୀ ପାଣ୍ଡେ ନିରୀକ୍ଷକ ଦାୟିତ୍ୱ ତୁଲାଇ ଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୂର୍ଯ୍ୟ ପଟ୍ଟନାୟକ ଓ ବିଦ୍ୟାଳୟର କର୍ମଚାରୀ ରିଙ୍କୁ ମେହେର ସହଯୋଗ କରିଥିଲେ । ପରୀକ୍ଷା ପରେ ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣକାରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବଡ଼କର୍ଲେର ବିନିତା ଭୋଇ ପ୍ରଥମ ଓ ଆଶୁତୋଷ ସାହୁ ଦ୍ଵିତୀୟ, ପଂଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ଆଭା ସାହୁ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତର ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଲିଙ୍ଗମାର୍ଣ୍ଣି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶୁଭମ ବାରିକ ଓ ପ୍ରଜ୍ଞା ପରିମିତା ପଧାନ, ଚେରୁପାଲି ଉଚ୍ଚ ବିଦ୍ୟାଳୟର ସ୍ମୃତିମୟୀ ଷାଣ୍ଢ, ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗଜବନ୍ଧର ସମୀକ୍ଷା ରଣା ଓ ବିକାଶ ପୋଢ଼, ଚେରୁପାଲି ଉଚ୍ଚ ବିଦ୍ୟାଳୟର ଦେବୀପ୍ରସାଦ ବାଗ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ଆଦିତ୍ୟ କୁମାର ପଧାନ, ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଶାଳିନୀ ବନଛୋର ଓ ସୌନ୍ଦର୍ଯ୍ୟ ମାହାନା, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବଡ଼କର୍ଲେର ବବିତା ସାହୁ ଓ ପାୟଲ ପଧାନ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବାଙ୍କୀପାଲିର ସୁକାନ୍ତି ବେହେରା, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବେହେରାମାଲର ରୂପେଲି ଛଚାନ, ରାମପୁର ଉଚ୍ଚ ବିଦ୍ୟାଳୟର ଶେଖର ଚନ୍ଦ୍ର ପଟେଲ, ରାଜୀବ ଗାନ୍ଧୀ ସ୍ମାରକୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ମୃତିମୟୀ ସାହୁ ଓ ଶ୍ରାବଣୀ ଦିଶିରୀ, ଚନ୍ଦଳୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରୋଜି ବଡକା ମେରିଟ ତାଲିକାରେ ସ୍ଥାନ ପାଇଥିଲେ ।

Leave A Reply

Your email address will not be published.