ପାୟଲର ରଥ ସଜାସଜି ପ୍ରତିଯୋଗିତା ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ନୃତ୍ୟାନୁଷ୍ଠାନ ପାୟଲ ତରଫରୁ ଆୟୋଜିତ ରଥ ସଜାସଜି ପ୍ରତିଯୋଗିତା ସଂପନ୍ନ ହୋଇଯାଇଛି । ଅନୁଷ୍ଠାନର ଗୁରୁମା କେତକୀ ଭଟ୍ଟାଚାର୍ଯ୍ୟଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ୧୫ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଚାରକଙ୍କ ମତକୁ ନେଇ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତିଯୋଗୀଙ୍କୁ ଆଗାମୀ ଦିନରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ସେହିପରି ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଦିଆଯିବ । ବର୍ଷା ବ୍ୟୁତ୍ପାତ ଯୋଗୁଁ ପ୍ରତିଯୋଗୀଙ୍କ ସଂଖ୍ୟା କମ୍‌ ହୋଇଥିଲେ ହେଁ ସେ କାର୍ଯ୍ୟକ୍ରମ ବେଶ ଉତ୍ସାହ ଜନକ ରହିଥିଲା । ପାଗ ବାଧକ ସାଜିବା ସତ୍ତ୍ବେ ଏହିପରି ଅନନ୍ୟ କାର୍ଯ୍ୟକ୍ରମ ସହରରେ ପ୍ରଥମ କରି ଅନୁଷ୍ଠିତ ହୋଇଥିଲା । ସେକ୍ଟର ୩ ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁରୁମା ଶ୍ରୀମତୀ ଭଟ୍ଟାଚାର୍ଯ୍ୟଙ୍କ ବ୍ୟତୀତ ସହ ସଂପାଦକ ଡାକ୍ତର ପୂଜା ପତି, ସୋନା ଚୌଧୁରୀ, ମାନସୀ ଚକ୍ରବର୍ତ୍ତୀ, ରୀମା ଚକ୍ରବର୍ତ୍ତୀ, ଦେବିକା ଗାଙ୍ଗୁଲୀ, ରେଖା ଗୁପ୍ତା, ଲିତିକା ସେଠୀ, ସ୍ନେହା ଗାଙ୍ଗୁଲୀ ଓ ମନ୍ଦିର ଟ୍ରଷ୍ଟ ତରଫରୁ ସୁଧୀର ସୁନ୍ଦର ରାୟ ଓ ଗିରିଜା ଶଙ୍କର ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଡା. ପତି ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.