ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିକୁଆଁ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିବାହାଲି କ୍ରିକେଟ କ୍ଲବ ଆନୁକୂଲ୍ୟରେ କରୁଆଁଝର ଖେଳ ପଡ଼ିଆରେ ଗତ ୧୨ତାରିଖରୁ ଆରମ୍ଭ ହୋଇଥିବା ବାସୁଦେବ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ରବିବାର ଦିନ ଉଦଯାପିତ ହୋଇଯାଇଛି । ପ୍ରତିଯୋଗିତାର ଫାଇନାଲ ଖେଳ ଭୂତିଆରବାହାଲ ଏବଂ ସିଲେଟକାନୀ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଭୂତିଆରବାହାଲ ଦଳ ଚାମ୍ପିଅନ ହୋଇଥିଲା । ଉଦଯାପିତ ଉତ୍ସବରେ ବଡ଼ବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସିକୁଆଁ ପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ବିରେନ୍ଦ୍ର ସେଠ୍, ନାଏବ ସରପଞ୍ଚ ବିଜୟ ରଣା, ବାଞ୍ଜିବାହାଲି ଗୌନ୍ତିଆ ଚୈତନ୍ୟ ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ନେହେରୁ ନାଏକ, ପ୍ରଦୀପ ଭୋଇ ଖେଳ ପରିଚାଳନା କରିଥିବାବେଳେ ଯଦୁମଣି ପଧାନ, ବାଳକ ସାହୁ, ସମ୍ପଦ ସୁନା, ମନୋଜ ସୁନା, ସଂଜିପ ସୁନା, ଦିଲ୍ଲୀପ ସେଠ୍, ଅଜୟ ଭୋଇ, ଗଣେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ ।