ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା : ବିଭିନ୍ନ ସ୍କୁଲର ୩୯ ଜଣ ଛାତ୍ର ଛାତ୍ରୀ କଲେ ଅଂଶ ଗ୍ରହଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଲାୟନ୍ସ କ୍ଲବ ତରଫରୁ ବିଶ୍ଵ ବ୍ୟାପି ଶାନ୍ତିର ବାର୍ତ୍ତା ଦେବା ପାଇଁ ତଥା ଶାନ୍ତି ବିଷୟରେ ଏକ ବିଷୟ ବସ୍ତୁ ଦିଆଯାଇ ତା ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ କରାଯାଇଥାଏ । ଏହି ପ୍ରତିଯୋଗିତା ସାରା ବିଶ୍ୱରେ ଲାୟନ୍ସ କ୍ଲବ ତରଫରୁ ଆୟୋଜିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ସ୍ଥାନୀୟ ଲାୟନ୍ସ କ୍ଲବ ସମ୍ମିଳନୀ କକ୍ଷରେ ଏହି ପିସ୍ ପୋଷ୍ଟର ପ୍ରତିଯୋଗିତା ସଭାପତି ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ବିଷୟ ବସ୍ତୁ ରହିଛି ଟୁଗେଦର ଏଜ୍‌ ୱାନ୍‌ । ଏହି ପ୍ରତିଯୋଗିତାରେ ଟିଟିଲାଗଡ଼ ସହରର ଡିଏଭି ପବ୍ଲିକ ସ୍କୁଲ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପ୍ରଭାବତୀ ପବ୍ଲିକ ସ୍କୁଲ, ଓମ ଭ୍ୟାଲି ସ୍କୁଲ, ଧବଳେଶ୍ଵର ଉଚ୍ଚ ବିଦ୍ୟାଳୟ, ସେଣ୍ଟଆନି ସ୍କୁଲ, ଶିବ ପ୍ରସାଦ ୟୁପି ସ୍କୁଲର ମୋଟ ୩୯ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ତେବେ ପ୍ରତିଯୋଗୀଙ୍କ ଚିତ୍ରାଙ୍କନର ମୂଲ୍ୟାୟନ କରିବା ପାଇଁ ଜଜ୍ ଭାବେ ଟିଟିଲାଗଡ଼ର ସୁପରିଚିତ ଚିତ୍ରଶିଳ୍ପୀ ସୁଧୀର ମେହେର ଓ ଅର୍ଚ୍ଚନା ଗୋଏଲ ଉପସ୍ଥିତ ଥିଲେ । ପ୍ରଥମ ସ୍ଥାନ ପ୍ରଭାବତୀ ସ୍କୁଲର ପ୍ରତୀକ୍ଷା ବେହେରା, ଦ୍ୱିତୀୟ ସ୍ଥାନ ସେଣ୍ଟ ଆନି ସ୍କୁଲର ଚାନ୍ଦିନୀ ନନ୍ଦ ଓ ତୃତୀୟ ସ୍ଥାନ ଡିଏଭି ସ୍କୁଲର ଓମ ପ୍ରକାଶ ପାତ୍ର ଏବଂ ପ୍ରଭାବତୀ ସ୍କୁଲର ଚିନ୍ମୟୀ ସାହୁ ଅକ୍ତିଆର କରିଛନ୍ତି । ଏହି ଛାତ୍ରଛାତ୍ରୀଙ୍କୁ କ୍ଲବ ତରଫରୁ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । ଏଠାରେ ଯିଏ ଭଲ ପ୍ରଦର୍ଶନ କରିବ ସେମାନଙ୍କୁ ଡିଷ୍ଟ୍ରିକ୍ଟ ଲେଭେଲ, ଯିଏ ଡିଷ୍ଟ୍ରିକ୍ଟ ଲେବେଲରେ ଭଲ ପ୍ରଦର୍ଶନ କରିବ ତାକୁ ମଲ୍ଟିପୂଲ୍ ଡିଷ୍ଟ୍ରିକ୍ଟକୁ ଯାଇ ସେଠାରୁ ଅଂଶ ଗ୍ରହଣ କରି ପାରିବେ ବୋଲି ପୂର୍ବତନ ଡି ଜି ଯମୁନା ପ୍ରସାଦ ଗୋଏଲ ସୂଚନା ଦେଇଛନ୍ତି । ତେବେ ପ୍ରତିଯୋଗିତାକୁ ପରିଚାଳନା କରିବାରେ ପ୍ରୋଜେକ୍ଟ ଡାଇରେକ୍ଟର ଭାବେ ଲାୟନ ଦୀପକ ପୃଷ୍ଟି, ଲାୟନ ଶିଳ୍ପାଞ୍ଜଳି ନାମଦେବ, କୋ ପ୍ରୋଜେକ୍ଟ ଡାଇରେକ୍ଟର ଲିଓ ସୁଶିଲ ଗୋୟଲ୍ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କ୍ଲବ ସମ୍ପାଦକ ପଙ୍କଜ ନାମଦେବ, କୋଷାଧ୍ୟକ୍ଷ ବିନୟ ଜୈନ, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀମତୀ ବିନ୍ଦୁ ସାହୁ, ଶ୍ରୀମତୀ ଲଳିତା ଲାଠ, ସଦସ୍ୟ ଲାୟନ ଶ୍ରୀକାନ୍ତ ଅଗ୍ରୱାଲ, ସନ୍ତୋଷ ମହାନ୍ତି, ରାକେଶ ଜୈନ, ଶ୍ୟାମ ଗୋଏଲ, ଅସୀମ କୁଣ୍ଡୁ, ଅଙ୍କିତ ଲାଠ, ଲିଓ ଶୁଭୋଦୀପ ସାମନ୍ତ ଓ କ୍ଲବର ଅନ୍ୟାନ୍ୟ ସଦସ୍ୟମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.