ଏକାଡେମିକ ହାଇଟ୍ସ ପବ୍ଲିକ ସ୍କୁଲରେ ପଶ୍ଚିମ ଓଡ଼ିଶାର ନୃତ୍ୟ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକାଡେମୀକ୍ ହାଇଟ୍ସ ପବ୍ଲିକ ସ୍କୁଲ ଏବଂ ବଚପନ୍ ପ୍ଲେ ସ୍କୁଲ୍‌ର ମିଳିତ ଆନୁକୂଲ୍ୟରେ ସହୋଦୟର ନୃତ୍ୟ ପ୍ରତିଯୋଗିତା ବିଷ୍ଣୁମୁଣ୍ଡା ସ୍ଥିତ ବଚପନ୍ ନଗରରେ ଅନଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସହୋଦୟ ଅନ୍ତର୍ଭୁକ୍ତ ପଶ୍ଚିମ ଓଡ଼ିଶାର ୧୨ଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ସମ୍ମାନିତ ଅତିଥି ଭାବରେ ସହୋଦୟର ଡେପୁଟି ଚେୟାରପର୍ସନ, ବିକାଶ ରେସିଡେନସିଆଲ ସ୍କୁଲ୍, ଭବାନୀପାଟଣାର ପ୍ରିନ୍ସିପାଲ୍ ଶ୍ରୀମତୀ ଆରତୀ ମିଶ୍ର ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ବିଚାରକ ରୂପେ ଭୁବନେଶ୍ୱରରୁ ଗୁରୁ ତପନ ତରାଇ, ନୀତିନ ଭଟ୍ଟାଚାର୍ଯ୍ୟ ଏବଂ ଗୁରୁ ଚିନ୍ତାମଣି ରାଉତ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ଶତପଥୀ, ନିର୍ଦ୍ଦେଶକ ଅଜିତ ଶତପଥୀ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚପଳା ମିଶ୍ର ଉପସ୍ଥିତ ଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରୀତି ବାଲି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମଟିର ସୁପରିଚାଳନା କରିବାରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମଟିରେ ଉତ୍ସାହର ସହ ଅଂଶଗ୍ରହଣ କରି ଉପଭୋଗ କରିଥିଲେ । ପ୍ରତିଯୋଗିତାରେ ବିକାଶ ରେସିଡେନସିଆଲ ସ୍କୁଲ୍, ବରଗଡ଼ ପ୍ରଥମ ସ୍ଥାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥରଚେପା, ବଲାଙ୍ଗିର ଏବଂ ଏକାଡେମୀକ୍ ହାଇଟ୍ସ ପବ୍ଲିକ୍ ସ୍କୁଲ୍ ମିଳିତ ଭାବରେ ଦ୍ଵିତୀୟ ସ୍ଥାନ ଏବଂ ସିଦ୍ଧାର୍ଥ ପବ୍ଲିକ୍ ସ୍କୁଲ୍ ବରଗଡ଼ ଏବଂ ଆଇଡିଏମ୍‌ ପବ୍ଲିକ୍ ସ୍କୁଲ୍, ବଲାଙ୍ଗିର ମିଳିତ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ରଞ୍ଜିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.