ଟାଇକଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର କଟକ ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ କଟକର ନେତାଜୀ ଇନଡୋର ଷ୍ଟାଡିୟମରେ ଓଡିଶା ଟାଇକଣ୍ଡୋ ଏସୋସିଏସନ ତରଫରୁ ରାଜ୍ୟ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା ଜାତୀୟ କୋଚ୍‌ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ୍‌ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଏଥିରେ ସବ୍‌ ଜୁନିୟର ବାଳିକା ଫାଇଟିଂ ଓ ପୁମ୍‌ସେଇ ବିଭାଗରେ ପ୍ରିୟାଂସି ପଣ୍ଡା, ଜେନିସା ପୋଡ, ଦିଶାରାଣୀ ମହାଲିଙ୍ଗ ଓ ବାଳକ ବିଭାଗରେ ସିମାଦ୍ରି ଆଦେଶ, ଶିବାଂଶୁ ଶେଖର ଦ୍ୱାରୀ ଭାଗ ନେଇଥିବା ବେଳେ ବାଳିକା କେଡେଟ୍‌ ବିଭାଗରେ ସ୍ନେହା ଆତ୍ମଜା ଦ୍ୱାରୀ, ବାଳକ ବିଭାଗରେ ମିଥିଲେଶ ବେହେରା ଓ ସିନିୟର ବାଳକ ବିଭାଗରେ ବଲ୍ଲଭ ବିଶ୍ୱାଲ ଭାଗ ନେବେ ବୋଲି ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସୂଚନା ଦିଆଯାଇଛି । ଏହି ଆଠ ଜଣିଆ ଟିମ୍‌ କୋଚ୍‌ ଅସୀମ ଭୋଇଙ୍କ ନେତୃତ୍ୱରେ କଟକ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଅବସରରେ ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ସଭାପତି ତଥା ଆର୍‌ଟିଆଇ ଏକ୍ଟିଭିଷ୍ଟ ହେମନ୍ତ ପଣ୍ଡା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.