ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ବିଶ୍ୱ ବିଦ୍ୟାଳୟର ସଂଲଗ୍ନ କଲେଜ ଗୁଡିକରୁ ୧୦୦ରୁ ଅଧିକ ପ୍ରସ୍ତାବ ଆସିଥିଲା । ଜିଲ୍ଲା ଶିଳ୍ପ କାର୍ଯ୍ୟାଳୟ ପ୍ରତିନିଧି, ଶିକ୍ଷାବିତ ଓ ଉଦ୍ୟୋଗୀମାନଙ୍କୁ ନେଇ ଗଠିତ ପେନାଲ ୧୬ଟି ପ୍ରସ୍ତାବକୁ ଗ୍ରାଣ୍ଡ ପେନାଲରେ ଜୁରି ଶ୍ରେଷ୍ଠ ୫ଟି ଷ୍ଟାଟଅପ୍‌ ପ୍ରସ୍ତାବକୁ ବିଜେତା ପାଇଁ ଚୟନ କରାଯାଇଥିଲା । ଏଥିରେ ବିଇଡି କଲେଜର ଲିନାରାଣୀ ମିଶ୍ର, ମହିଳା କଲେଜର ଋତିକା ଦାଶ, ପାଟଣେଶ୍ୱରୀ ମହିଳା ଡିଗ୍ରୀ କଲେଜର ଅଙ୍କିତା ନାଏକ, ଆଗଲପୁର କଲେଜର ଜୁତୁ ଦୋରା ଓ ରାଜେନ୍ଦ୍ର କଲେଜର ଆକାଶ ଖମାରୀ ବିଜୟୀ ହୋଇଥିଲେ । ପ୍ରତ୍ୟେକ ବିଜେତାକୁ ୧ଲକ୍ଷ ଟଙ୍କାର ପ୍ରୋତ୍ôସାହନ ରାଶି ଦିଆଯାଇଥିଲା । ଡାକ୍ତର ଦେବବ୍ରତ ଦଣ୍ଡସେନା ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳିତ କରିଥିବା ବେଳେ ବିଶ୍ୱ ବିଦ୍ୟାଳୟର ଚେୟାରମେନ, ରେଜିଷ୍ଟାର ଓ ଡେପୁଟି ରେଜିଷ୍ଟାର ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ଉଦ୍ୟମିତା ଓ ନବୀନତାକୁ ପ୍ରକାଶ କରିବ ବୋଲି ବିଶ୍ୱ ବିଦ୍ୟାଳୟ ପ୍ରକାଶ କରିଛି ।

Leave A Reply

Your email address will not be published.