ଜୟପାଟଣା, (ଶେଷଦେବ ବେହୋରା) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜୟପାଟଣା ଠାରେ ପ୍ରଜ୍ଞାନ ମିଶନ ତରଫରୁ ୭ମ ଓଡ଼ିଶା ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩ଟି ବିଭାଗରେ ମୋଟ ୩୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବ୍ଲକ ସଂଯୋଜକ ବିଶ୍ୱ ଜୀବନ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଜିତ କୁମାର ହୋତା, ସମ୍ମାନିତ ଅତିଥି ଭାବରେ ବନ ବିହାରୀ ହୋତା, ମୁଖ୍ୟବକ୍ତା ଭାବରେ ଶ୍ରୀମତୀ ଯଶୋଦା ପଟ୍ଟନାୟକ ଯୋଗ ଦେଇଥିଲେ । ‘କ’ ବିଭାଗରେ ରୁବି ଶବର, ପ୍ରାଞ୍ଜଳ ପଣ୍ଡା ଓ ସିଦ୍ଧିଶ୍ରୀ ମିଶ୍ର ‘ଖ’ ବିଭାଗରେ ଅର୍ଚ୍ଚିତା ନାଏକ, ସୁନୀତା ଦାସ ଓ ପ୍ରଜ୍ଞାସିନୀ ନାଏକ ଏବଂ ‘ଗ’ ବିଭାଗରେ ସୁହାନା ଦାସ, ସ୍ଵସ୍ତି ସ୍ୱରୂପା ସାହୁ ଓ ମୁକ୍ତା ନାଏକ ଯଥାକ୍ରମେ ପ୍ରଥମ ଦ୍ୱିତୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ପଣ୍ଡା ଗୀତାର ମହତ୍ୱ ସାଙ୍ଗକୁ ପ୍ରତିଯୋଗିତାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
Prev Post