ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ସ୍ତରୀୟ ସ୍କୁଲ ଉଷୁ ପ୍ରତିଯୋଗିତା ସ୍ଥାନୀୟ ପି.ପି. ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉଷୁ ସଂଘର ସାଧାରଣ ସମ୍ପାଦକ ଯୁଧିଷ୍ଟିର ଗୁରହାଣ୍ଡି ପର୍ଯ୍ୟବେକ୍ଷକ, ସୁଶାନ୍ତ ନାଗ ପିଇଟି, ହୃଦୟ ଶବର ଖେଳକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ଭୋଇ, ସେବାଶ୍ରୀ ଭୋଇ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ଉଦ୍ଘାଟନି ଉତ୍ସବରେ ଉପସ୍ଥିତ ଥିଲେ । ବିଭିନ୍ନ ସ୍କୁଲରୁ ମୋଟ ୭୨ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ସେ ମଧ୍ୟରୁ ୧୬ ଜଣ ରାଜ୍ୟ ସ୍ତରକୁ ଉନ୍ନୀତ ହୋଇଛନ୍ତି । ରୁସ୍ତମ ନାଏକ, ରିମା ସୁନା, ମହମ୍ମଦ ଆସିଫ ଏବଂ ଜଗନ ପୋଢ ରେଫରୀ କାର୍ଯ୍ୟ ତୁଳାଇଥିଲେ ବୋଲି କୋଚ ଗୁରହାଣ୍ଡି ସୂଚନା ଦେଇଛନ୍ତି ।