ସତ୍ୟର ସ୍ୱର ତରଫରୁ ବକ୍ତୃତା ପ୍ରତିଯୋଗିତା

କେସିଙ୍ଗା, (ପ୍ରୀତେଶ ପଟେଲ) : ୭୯ତମ ସ୍ୱାଧିନତା ଦିବସ ଉପଲକ୍ଷେ “ସତ୍ୟର ସ୍ୱର” ପକ୍ଷରୁ କେସିଙ୍ଗା ଏନ୍ଏସି ଅନ୍ତର୍ଭୁକ୍ତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସ୍ଥାନୀୟ ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ଠାରେ ଏକ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ସହରାଞ୍ଚଳରେ ସରକାରୀ ବିଦ୍ୟାଳୟ ଗୁଡ଼ିକ ପ୍ରତି ଲୋକଙ୍କ ଆଗ୍ରହ କମିବାର କାରଣ ଓ ତାର ସମାଧାନ ବିଷୟକୁ ନେଇ ଆୟୋଜିତ ହୋଇଥିବା ଏହି ବକ୍ତୃତା ପ୍ରତିଯୋଗିତାରେ ସମୁଦାୟ ସାତଟି ବିଦ୍ୟାଳୟର ୧୨ ଜଣ ପ୍ରତିଯୋଗୀ ଭାଗ ନେଇ ନିଜ ନିଜର ମତ ଉପସ୍ଥାପନା କରିଥିଲେ । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଦାୟୀତ୍ୱ ନିର୍ବାହ କରିଥିଲେ ରାକେଶ ବିଶି, ଗୋବିନ୍ଦ ବାଗ, ନଳିନୀ କାନ୍ତ ଦାସ ଓ ମଞ୍ଚ ପରିଚାଳନା କରିଥିଲେ ଜି. କ୍ରିଷ୍ଣା ରେଡ୍ଡୀ । ଛାତ୍ରଛାତ୍ରୀ ମାନଙ୍କ ସହ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ । ଶେଷରେ ଜି କ୍ରିଷ୍ଣା ରେଡ୍ଡୀ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ବକ୍ତୃତା ମାଧ୍ୟମରେ କିଛି ମୂଲ୍ୟବାନ ଉପଦେଶ ଦେଇଥିଲେ । ପରିଶେଷରେ ସତ୍ୟର ସ୍ୱର ପରିବାର ମୁଖ୍ୟ ସଂଗ୍ରାମ କେଶରୀ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୧୫ ତାରିଖ ଦିନ ହେବାକୁ ଥିବା ଏନ୍ଏସି ସ୍ତରୀୟ ସ୍ୱାଧିନତା ଦିବସ କାର୍ୟ୍ୟକ୍ରମରେ ପୁରସ୍କୃତ କରାଯିବ ।

jittmm
Leave A Reply

Your email address will not be published.