ଜୟ ଡଙ୍ଗରବୁଢ଼ା ଫୁଟବଲ କପ୍ ପ୍ରତିଯୋଗିତା : ହଳଦୀକୁ ହରାଇ କୁରସୁଡ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳପଡ଼ିଆରେ ଚାଲିଥିବା ଜୟ ଡଙ୍ଗରବୁଢ଼ା ଫୁଟବଲ କପ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ହଳଦୀ ଇଲେଭେନ ବ୍ରଦର୍ସ ଫୁଟବଲ୍ ଆସୋସିସନକୁ ଏକତରଫା ଭାବେ ୪-୦ ଗୋଲରେ ପରାସ୍ତ କରି କୁରସୁଡ଼ ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଉଦ୍‌ଯାପନୀ ଫାଇନାଲ ଖେଳରେ ମୁଖ୍ୟ ଅତିଥି ରୂପେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ପାଣିଗ୍ରାହୀ, ବିଜେଡିର ବରିଷ୍ଠ ନାରୀନେତ୍ରୀ ନିରୁପମା ମାଝୀ, ସମିତି ସଭ୍ୟ ଟୁନାମଣି ମହାନନ୍ଦ, ନାରୀନେତ୍ରୀ ପିଙ୍କି ଖର୍ସେଲ, ବରିଷ୍ଠ ଶିକ୍ଷକ ଗୋପବନ୍ଧୁ ଦାସ, ଲକ୍ଷ୍ମୀଧର ଛତ୍ରିଆ, ରମେଶ ଭୋଇ, ଗୋବର୍ଦ୍ଧନ ନାଗ, ସୁବାସ ପଟ୍ଟନାୟକ, ଆଦିକନ୍ଦ ଖମାରୀ ପ୍ରମୁଖ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚ୍‌ ରେଫରୀ ରୂପେ ଆଶୀର୍ବାଦ ସା, ଆଶିଷ ଦେବ ସା,ଅଶ୍ଵିନୀ ଭୁକ୍ତା ଓ ପ୍ରତାପ ଭୁକ୍ତା ଖେଳ ପରିଚାଳନା କରିଥିଲେ । ଆୟୋଜକ କମିଟି ସଭାପତି ଯଶୋବନ୍ତ ଭୋଇ, ଉପସଭାପତି ମନୋଜ ପୁଝାରୀ, ସମ୍ପାଦକ ରମାମଣି ପାତ୍ର, ସହସଂପାଦକ ରାଜୀବ ହାତୀ, ରବି ପୋଡ଼, ହେମରାଜ ବାଗ, କ୍ଷୀରସିନ୍ଧୁ ପାତ୍ର, ଚିତ୍ରସେନ ହାତୀ, ସୁନୀଲ ହାତୀ ଓ ଝୁନୁ ପୋଡଙ୍କ ସହ ସମସ୍ତ ସଦସ୍ୟ ଓ ହଳଦୀ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.